Latest Odisha News

ଆକ୍ସନ ମୋଡରେ ରାଫେଲ ଓ ତେଜସ୍, ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ବାୟୁ ସେନାର ଶକ୍ତି ପ୍ରଦର୍ଶନ । ୧୪୮ ଭାରତୀୟ ବିମାନ ନିଜର ଶକ୍ତି ପ୍ରଦର୍ଶନ କରିବେ । ପ୍ରଥମ ଥର ପାଇଁ ରାଫେଲ ଦେଖାଇବ ନିଜର ଶକ୍ତି । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

BjdElectrycity

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରାଜସ୍ଥାନର ପଖୋରାନ ରେଞ୍ଜରେ ଭାରତୀୟ ବାୟୁସେନା ମାର୍ଚ୍ଚ ୭ ତାରିଖ ନିଜର ଶକ୍ତି ପ୍ରଦର୍ଶନ କରି ପରାକ୍ରମ ଦେଖାଇବ । ଏଥିରେ ୧୪୮ଟି ଭାରତୀୟ ବିମାନ ସାମିଲ ହେବେ । ପ୍ରଥମ ଥର ପାଇଁ ରାଫେଲ ଏହି ପ୍ରଦର୍ଶନୀରେ ସାମିଲ ହେବ ବୋଲି ବୁଧବାର ବାୟୁ ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଭାରତୀୟ ବାୟୁ ସେନା ପ୍ରତି ତିନି ବର୍ଷରେ ଥରେ ପଖୋରାନ ରେଞ୍ଜରେ ନିଜର ଶକ୍ତି ପ୍ରଦର୍ଶନ କରିଥାଏ । ସେମାନେ ଏଥିରେ ଯୁଦ୍ଧ ପାଇଁ କରିଥିବା ଅଭ୍ୟାକୁ ଏଠାରେ ପ୍ରଦର୍ଶନ କରିଥାନ୍ତି । ୨୦୧୯ରେ ଏହି ପ୍ରଦର୍ଶନ କରାଯାଇଥିଲା । ଏହି ଶକ୍ତି ପ୍ରଦର୍ଶନରେ ପ୍ରାୟ ୧୪୮ଟି ବିମାନ ସାମିଲ ହେବେ । ସେଥିମଧ୍ୟରୁ ୧୦୯ଟି ଭାରତୀୟ ବାୟୁସେନାର ଲଢୁଆ ବିମାନ ରହିବ ।

ଲଢୁଆ ବିମାନ ମଧ୍ୟରେ ଜଗୱାର, ସୁଖୋଇ-୩୦, ମିଗ-୨୯, ତେଜସ ଭଳି ବିମାନ ନିଜର ପରାକାଷ୍ଠା ଦେଖାଇବେ । ଏହା ସହିତ ପରିବହନ ବିମାନ ସି-୧୭ ଏବଂ ସି ୧୩୦ ଜେଭି ମଧ୍ୟ ରହିବେ । ଆକାଶ ମିଶାଇଲ ପ୍ରଣାଳୀ ଓ ସ୍ପାଇଡର ପ୍ରଣାଳୀର କ୍ଷମତା ମଧ୍ୟ ଏଠାରେ ପ୍ରଦର୍ଶୀତ କରାଯିବ ।

Comments are closed, but trackbacks and pingbacks are open.