Latest Odisha News

BREAKING NEWS

[ଭିଡିଓ] ଋଷ୍-ୟୁକ୍ରେନ ଯୁଦ୍ଧ : ବିମାନରେ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଲେ ପାଇଲଟ୍ ,ଭିଡିଓ ଭାଇରାଲ୍

ଦିଲ୍ଲୀ : ଋଷ୍ ସେନା ୟୁକ୍ରେନକୁ ଦଖଲ କରିବା ପାଇଁ ଲଢେଇ ଜାରି ରଖିଛି । ଘର ଘନ ବୋମା ମାଡରେ ପୁରା ୟୁକ୍ରେନରେ ଧ୍ୱଂସର ତାଣ୍ଡବ ଲିଳା ଦେଖିବାକୁ ମିଳିଛି ।ଏହି ସମୟରେ ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀ ମାନେ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରୁଛନ୍ତି । ଏହି ଫେରିବା ସମୟରେ ପାଇଲଟଙ୍କ ଛାତ୍ରଛାତ୍ରୀଙ୍କୁ  ଭରସା ଦେବା ଏକ ଭିଡିଓ ଏବେ ସୋସିଆଲ ମିଡିଆଲେ ବେଶ୍ ଭାଇରାଲ୍ ହେଉଛି ।

BjdElectrycity

ପାଇଲଟ ଜଣକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଫେରାଇ ଆଣିବା ପାଇଁ ଆଶ୍ୱାସନ ଦେଉଛନ୍ତି । ଏବେ ଆମ ମାତୃଭୂମିକୁ ଫେରିବାର ସମୟ । ସମସ୍ତଙ୍କୁ ସୁରକ୍ଷିତ ଦେଖି ମତେ ବହୁତ ଖୁସି ଲାଗୁଛି ବୋଲି ପାଇଲଟ କହିଛନ୍ତି ।ଆପଣଙ୍କ ସାହସ ଓ ମନୋବଳ ପାଇଁ ମୁଁ ଗର୍ବିତ । ଆପଣମାନଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଁଞ୍ଚାଇବା ପାଇଁ ଆମକୁ ୯ ଘଣ୍ଟା ସମୟ ଲାଗିବ ।  ରିଲାକ୍ସ ରୁହନ୍ତୁ । ଶାନ୍ତିରେ ଶୁଅନ୍ତୁ । ଆମେ ଦିଲ୍ଲୀରେ ପହଁଞ୍ଚିବା ପରେ ଆପଣମାନ ପରିବାର ଲୋକଙ୍କୁ ଦେଖା କରିବେ । ”ଜୟ ହିନ୍ଦ”

ପାଇଲଟ୍ ଏହା କରିବା ପରେ ପିଲାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ପିଲାମାନେ ”ଭାରତ ମାତା କି ଜୟ” କହିବା ସହ ”ବନ୍ଦେ ମା ତରମ୍” ଧ୍ୱନିରେ କମ୍ପି ଉଠିଥିଲା ଫ୍ଲାଇଟ୍ ଭିତର ।ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେଉଛି । କଥାରେ ଅଛି ବିପଦ ସମୟରେ ଆସ୍ୱାସନା ଓ ଭରସା ହିଁ ସବୁକିଛି ।ସେହିଭଳି ପାଇଲଟଙ୍କ ଆଶ୍ୱାସନା ପିଲାଙ୍କ ମନରେ ଉତ୍ସାହ ଭିରିଦେଇଥିଲା ।

 

Comments are closed, but trackbacks and pingbacks are open.