Latest Odisha News

BREAKING NEWS

ଘରେ ପଶି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ ବିଜେପି ନେତା ସୁରେନ୍ଦ୍ର ମତିଆଲାଙ୍କୁ ଗୁଳି କରି ହତ୍ୟା । ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ସେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘରେ ବସିଥିବାବେଳେ ଏହି ଅଘଟଣ ଘଟିଥିବା ପୋଲିସ କହିଛି ।

BjdElectrycity

ପୋଲିସର କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟା ସାଢେ ୭ଟାରେ ସେ ତାଙ୍କ ଝିଆରିଙ୍କ ସହ ଟିଭି ଦେଖୁଥିଲେ । ଏହି ସମୟରେ ଦୁଇ ଜଣ ବ୍ୟକ୍ତି ମୁହଁକୁ କଭର କରି ତାଙ୍କ ଦ୍ୱାରକାସ୍ଥିତ ତାଙ୍କ ବାସଭବନ ଭିତରକୁ ପଶି ଆସିଥିଲେ। ବିଜେପି ନେତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ପ୍ରାୟ ୪ରୁ ୫ ରାଉଣ୍ଡ ଗୁଳି କରବା ପରେ ପଳାଇ ଯାଇଥିଲେ । ମୁହଁ ଘୋଡାଇଥିବାରୁ ଏମାନେ କିଏ ତାହା ଜଣାପଡି ନାହିଁ ।

୩ ଜଣ ଦୁର୍ବୃତ୍ତ ଆସିଥିଲେ ହେଁ ୨ ଜଣ ମୁଖାପିନ୍ଧା ବ୍ୟକ୍ତି ଘର ଭିତରକୁ ଆସିଥିଲେ । ଅନ୍ୟ ଜଣକ ବାହାରେ ମୋଟରସାଇକେଲ ଧରି ଛିଡା ହୋଇଥିଲେ । ଦୁର୍ଘଟଣା ଘଟାଇବା ପରେ ୩ ଜଣ ଯାକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ମତିଆଲାଙ୍କ ପୁଅ କହିଛନ୍ତି, ତାଙ୍କ  ବାପାଙ୍କର କହା ସହ ଶତ୍ରୁତା ନ ଥିଲା । ତେଣୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିଛି ପୋଲିସ ତୁରନ୍ତ ଏହାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରୁ । ତେବେ ସୁରେନ୍ଦ୍ରଙ୍କୁ କିଏ ହତ୍ୟା କରିଥାଇ ପାରେ ସେ ନେଇ ପରିବାର ଲୋକ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାଁ କୁହାଯାଇ ନାହିଁ । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.