Latest Odisha News

BREAKING NEWS

ଏଣିକି ସିଏପିଏଫ କନଷ୍ଟେବଲ୍ ପରୀକ୍ଷା ପାଇଁ ଓଡ଼ିଆରେ ଆସିବ ପ୍ରଶ୍ନପତ୍ର

ନୂଆଦିଲ୍ଲୀ:CAPF(Central Armed Police Forces)ରେ କନଷ୍ଟେବଲ ପରୀକ୍ଷା ଦେବାକୁ ଚାହୁଁଥିବା ଆଶାୟୀ ଯୁବକଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ମାତୃଭାଷାରେ ପରୀକ୍ଷା ଦେଇ ପାରିବେ । ଓଡ଼ିଶାର ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏଣିକି ପ୍ରଶ୍ନପତ୍ର ଓଡ଼ିଆରେ ଆସିବ । ଏମିତି ନିଷ୍ପତ୍ତି କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ନିଆଯାଇଛି ।

BjdElectrycity

କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଏ ନେଇ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ । ସିଏପିଏଫ କନଷ୍ଟେବଲ ପରୀକ୍ଷା ଇଂରାଜୀ ଏବଂ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ ଏପରି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । CAPF(Central Armed Police Forces)ରେ ନିଯୁକ୍ତି ପାଇଁ ଯୁବକଙ୍କୁ ପ୍ରୋତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୁଯୋଗ ବଢାଇବା ତଥା ଆଞ୍ଚଳିକ ଭାଷାକୁ ପ୍ରାେତ୍ସାହନ ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନେଇଛି ।

CAPFରେ କନେଷ୍ଟବଲ ନିଯୁକ୍ତି ପାଇଁ ପ୍ରଶ୍ନପତ୍ର ଇଂରାଜୀ, ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯିବ ।  ଓଡ଼ିଆ, ହିନ୍ଦୀ, ଇଂରାଜୀ ବ୍ୟତିତ ଅନ୍ୟ ଭାଷାଗୁଡିକ ହେଲା ଆସାମୀ, ବେଙ୍ଗଲି, ଗୁଜରାଟୀ, ମରାଠି, ମଲାୟାଲାମ, କନ୍ନଡ, ତାମିଲ, ତେଲଗୁ, ଉର୍ଦ୍ଧୁ, ପଞ୍ଜାବୀ, ମଣିପୁର ଏବଂ କୋଙ୍କଣୀ ।  ୨୦୨୪ ଜାନୁଆରୀ ୧ରୁ ଏହି ନିୟମ ଲାଗୁ କରାଯିବ । ଅର୍ଥାତ ଏହି ତାରିଖ ପରେ ହେବାକୁ ଥିବା CAPF କନଷ୍ଟେବଲ ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ।

ସୂଚନାଥାଉ କି, କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି

 

Leave A Reply

Your email address will not be published.