Latest Odisha News

ବେଦାନ୍ତ ଆଲୁମିନିୟମର ନିମ୍ନ କାର୍ବନ ଉତ୍ପାଦ ଯୋଗାଣରେ ପ୍ରଥମ ଭାରତୀୟ ଗ୍ରାହକ ଗ୍ଲୋବାଲ ଆଲୁମିନିୟମ

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ହେଉଛି ଭାରତର ବୃହତ ଆଲୁମିନିୟମ ଉତ୍ପାଦକ । ଏହା ତେଲେଙ୍ଗାନାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନି ଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ଦେଶର ପ୍ରଥମ ନିମ୍ନ କାର୍ବନଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ପଠାଇଛି । ଅର୍ଡ଼ରର ଏକ ଅଂଶ ଭାବରେ କମ୍ପାନି ଗ୍ଲୋବାଲ ଆଲୁମିନିୟମକୁ ୩୦୦ ମେଟ୍ରିକ ଟନ ରେଷ୍ଟୋରା ବିଲେଟ ଯୋଗାଇବ । ଏହି ଘରୋଇ ଉତ୍ପାଦନ ପାଇଁ ଚୁକ୍ତି ଏକ ମାଇଲ ଖୁଂଟ ଅଟେ । ଏହାର ମୂଲ୍ୟ ଶୃଙ୍ଖଳାକୁ ଡିକାର୍ବନାଇଜେସନ କରିବା ଦିଗରେ ଓଡ଼ିଶାର ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମର ମେଗା ସ୍ମେଲଟର ପ୍ରମୁଖ ଭୂମିକା ବହନ କରୁଛି ।

ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ଅଟେ, ଯିଏକି ବିଶ୍ୱରେ ଗ୍ରାହକ ଆଧାରରେ କମ କାର୍ବନଯୁକ୍ତ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା (ଅଲଟ୍ରା ଲୋ କାର୍ବନ ଆଲୁମିନିୟମ) ପ୍ରଦାନ କରିଥାଏ । ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଉତ୍ପାଦ ଏକ ଟନ ଆଲୁମିନିୟମ ପ୍ରତି ୪ ଟନ ସିଓ୨ ସମାନତା ମଧ୍ୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତା ସହିତ ଉତ୍ପାଦିତ, ଯାହା ଆଲୁମିନିୟମ ପାଇଁ ଏକ କମ କାର୍ବନଯୁକ୍ତ ଉତ୍ପାଦ ରୂପେ ପ୍ରମାଣିତ । ରେଷ୍ଟୋରା ଅଲଟ୍ରା ଉତ୍ପାଦରେ କମ କାର୍ବନ ରହିଛି ଯାହା ବିଶ୍ୱରେ ସବୁଠାରୁ କମ । ଯୋଗାଣ ଚୁକ୍ତିରେ ଗ୍ଲୋବାଲ ଆଲୁମିନିୟମ ନିୟୋଜିତ ରେଷ୍ଟାରା ବିଲେଟ ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଭିନ୍ନ ଏକ୍ସଟ୍ରୁଜନ ପ୍ରୋଫାଇଲରେ ଯୋଗାଇ ଦିଆଯିବ । ଅନ୍ତିମ ଉତ୍ପାଦ ଗୁଡ଼ ିକ ଅଟୋମୋବାଇଲ, ବୈଦ୍ୟୁତିକ ସାମଗ୍ରୀ, ବିଲଡିଂ, ନିର୍ମାଣ ଓ ସ୍ଥାପତ୍ୟ, ଏରୋନଟିକ୍ସ, ଏୟାର ହ୍ୟାଣ୍ଡଲିଂ, ନବୀକରଣ ଯୋଗ୍ୟ ଶିଳ୍ପ, ପ୍ରତିରକ୍ଷା, ଅଟୋମେସନ ଓ ଅନ୍ୟାନ୍ୟ ଶିଳ୍ପରେ କଷ୍ଟୋମାଇଜଡ ହୋଇଥିବା ପ୍ରୟୋଗଗୁଡ଼ିକୁ ପୂରଣ କରିବ ।

ବେଦାନ୍ତ ଆଲୁମିନିୟମ୍‌ର ସିଇଓ ଜନ୍ ସ୍ଲାଭେନ୍ କହିଛନ୍ତି ଯେ , ସ୍ଥାୟୀ ଉତ୍ପାଦ ଉପରେ ପ୍ରତିଯୋଗିତା ମୂଳକ ପଦକ୍ଷେପକୁ ନେଇ ବିଶ୍ୱ ସ୍ତରରେ ତଥା ଭାରତରେ ମଧ୍ୟ ଆମର ଗ୍ରାହକଙ୍କ ଉତ୍ସାହର ପ୍ରତିକ୍ରିୟା ଆମେ ଦେଖିବାକୁ ପାଇଛୁ । ଆମର ଏହି ବିଶ୍ୱସ୍ତରୀୟ ରେଷ୍ଟୋରା ପରିସରକୁ ଘରୋଇ ବଜାରରେ ପରିଚିତ କରାଇ ଆମେ ଖୁସୀ । ଏକ ସବୁଜ ଭବିଷ୍ୟତ ହାସଲ ଦିଗରେ ଆମର ଏହି ପଦକ୍ଷେପକୁ ସଫଳ କରିବା ଲାଗି ଆମେ ପ୍ରତଶ୍ରୁତିବଦ୍ଧ । ଗ୍ଳୋବାଲ ଆଲୁମିନିୟମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମ ହେଉଛି ଉଚ୍ଚ ଗୁଣାତ୍ମକ ସମାଧାନର ଏକ ବିଶ୍ୱସ୍ତ ପ୍ରଦାନକାରୀ, ଯିଏକି ଗୁଣମାନର ତଥା ମୂଲ୍ୟଯୁକ୍ତ ଆଲୁମିନିୟମର ଆବଶ୍ୟକତାକୁ ପୂରଣ କରିଥାଏ । ଏହାର ରେଷ୍ଟୋରା ଉତ୍ପାଦ କାର୍ବନ ପଦଚିହ୍ନ ହ୍ରାସ କରିବାରେ ଏକ ଗେମ ଚେଞ୍ଜର ହେବ । ଗ୍ରାହକଙ୍କୁ ଏହାର ଉତ୍ପାଦ ବିକାଶ ଓ ଡିଜାଇନ ପ୍ରକ୍ରିୟାର ମୂଳରେ ରଖିବା,ବେଦାନ୍ତ ଆଲୁମିନିୟମ ସେମାନଙ୍କୁ ଆନ୍ତର୍ଜାତୀୟ ମାନର ଉତ୍ପାଦ ପ୍ରଦାନ କରିବା ସହ ୩୬୦ ଡିଗ୍ରୀ ସମାଗ୍ରିକ ସମାଧାନ ମାଧ୍ୟମରେ ସୁବିଧା ପ୍ରଦାନ କରିବ ।

ବେଦାନ୍ତ ଆନ୍ତର୍ଜାତୀୟ ବଜାରରେ ଚାହିଦା ପୂରଣ ପାଇଁ ପ୍ରସ୍ତୁତ ।ଏହାର ଉତ୍ପାଦଗୁଡ଼ିକ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରମାଣିତ ହୋଇଥିଲାବେଳେ ପରିବେଶ ଉତ୍ପାଦ ଘୋଷଣା ଇଂଟରନ୍ୟାସନାଲ ଦ୍ୱାରା ପରିବେଶ ନିରନ୍ତର ବୋଲି ଯାଞ୍ଚ କରାଯାଇଛି । ଏହା ସହ ଝାରସୁଗୁଡ଼ାଠାରେ ଥିବା କଂପାନିର ପ୍ଲାଟକୁ ମଧ୍ୟ ବିଶ୍ୱସ୍ତରରେ ସ୍ଥାୟୀ ବ୍ୟବସାୟ ପ୍ରଦର୍ଶନ ଲାଗି ପୁରସ୍କାର ମିଳିଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

Leave A Reply

Your email address will not be published.