Latest Odisha News

BREAKING NEWS

ଦେବଗିରି ଆଶ୍ରମ ସନ୍ୟାସୀ ସ୍ୱରୁପାନନ୍ଦଙ୍କୁ ମରଣାତ୍ମକ ଆକ୍ରମଣ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଳକ ଦେବଗିରି ଶୈବପୀଠ ସ୍ଥିତ ଆଶ୍ରମରେ ରହୁଥିବା କ୍ରାନ୍ତିକାରୀ ସନ୍ଥ ତଥା ସନ୍ୟାସୀ ସ୍ୱରୁପାନନ୍ଦ ଗିରି ଓରଫ ସରୋଜ କୁମାର ନାୟକଙ୍କୁ ମରଣାତ୍ମକ ଆକ୍ରମଣ। କଲ୍ୟାଣସିଂହପୁରଠାରେ ଜନୈକ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରିଛନ୍ତି। ଏନେଇ କଲ୍ୟାଣସିଂହପୁର ଥାନରେ ଏତଲା ଦିଆଯାଇଛି।

ସୂଚନା ମୁତାବକ ସନ୍ଥ ସ୍ଵରୁପାନନ୍ଦ ଉକ୍ତ ଆଶ୍ରମରେ ରହି ସେହି ଅଞ୍ଚଳରେ ସଚେତନ କରିବା ସହ ଗୋ-ସେବା, ଅନ୍ଧବିଶ୍ୱାସ ବିରୁଦ୍ଧରେ ସଚେତନ କରିବା ଭଳି ଜନହିତକର କାର୍ଯ୍ୟ କରି ଆସୁଛନ୍ତି। ଗତକାଲି ସେ କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ଉପରେ ଅଟକାଇ ଅଭଦ୍ର ଓ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ତାଙ୍କୁ ଉକ୍ତ ବ୍ୟକ୍ତି ଜଣକ ୱେଲ୍ଡିଂ ଦୋକାନରେ ଏକ ଲୁହା ଛଡରେ ମୁଣ୍ଡ ପଛପଟକୁ ବାଡେଇଥିବା ବେଳେ ସ୍ୱରୁପାନନ୍ଦ ଗୁରୁତର ଅବସ୍ଥାରେ ସ୍ଥାନୀୟ ପୋଲିସ ସହାୟତାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ପରୀକ୍ଷା ଓ ଉଚ୍ଚ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରିଥିଲେ।

ଫଳରେ ସ୍ୱରୁପାନନ୍ଦଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ସନ୍ଥ ସ୍ଵରୁପାନନ୍ଦ ଏହା କୌଣସି ଏକ ବଡ ଷଡ଼ଯନ୍ତ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି। ଯାହାକି ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave A Reply

Your email address will not be published.