Latest Odisha News

BREAKING NEWS

ବେଦାନ୍ତ ଲାଞ୍ଜିଗଡ଼ରେ ମହିଳା ଦିବସ ପାଳିତ; ୬ଟି ଗ୍ରାମ ପଞ୍ଚାୟତର ୨୫୦୦ ମହିଳାଙ୍କ ଅଂଶଗ୍ରହଣ

ଲାଞ୍ଚିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ୬ଟି ପଞ୍ଚାୟତର ପ୍ରାୟ ୨୫୦୦ ମହିଳା ଯୋଗଦାନ କରିଥିଲେ ।

ଏହି ମହିଳା ଦିବସରେ କମ୍ୟୁନିଟି ମହିଳା ମାନଙ୍କୁ ଏକତ୍ରିତ କରିବା ଉଦ୍ଦେଶ୍ୟରେ ଏଠାରେ ୨ ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକମରେ ଚମ୍ପାଦେଈପୁର, ବାତେରିଲିମା, ବସନ୍ତପଡ଼ା, ଲାଞ୍ଜିଗଡ଼, ଜଗନ୍ନାଥପୁର ଏବଂ ଛତ୍ରପୁର ପଞ୍ଚାୟତର ମହିଳା ମାନେ ଯୋଗ ଦେଇଥିଲେ ।

ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାକେଶ ମୋହନ ଏହି ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ, ଅନ୍ତର୍ଜାତୀୟ ମହିଳା ଦିବସ ନାରୀତ୍ୱକୁ ଜାଗୃତ କରିବାର ଏକ ପ୍ରକୃଷ୍ଟ ଅବସର । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର କାର୍ଯ୍ୟଧାରାକୁ ସୁସଂଗଠିତ ଏବଂ ପ୍ରଗତି କ୍ଷେତ୍ରରେ ଅଧିକ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ବେଦାନ୍ତ ଲାଞ୍ଜିଗଡ଼ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ମହିଳା ମାନଙ୍କର ଜୀବୀକା ତଥା ସେମାନଙ୍କର ସଶକ୍ତିକରଣକୁ ପ୍ରାଥମିକତା ଦେଇଥାଏ ବେଦାନ୍ତ ଲାଞ୍ଜିଗଡ଼ ।

ଏହି ଅବସରରେ ମହିଳା ମାନଙ୍କ ଲାଗି ବିଭିନ୍ନ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ସଦସ୍ୟା ମାନଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ଲାଗି ପୁରସ୍କୃତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମହିଳା ନେତୃତ୍ୱ ସହିତ ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ, ଶ୍ରେଷ୍ଠ ଏସଏଚଜି କର୍ମୀଙ୍କ ସହିତ ୮ଟି ବିଭାଗରେ ଉତ୍କର୍ଷତା ଲାଗି ପୁରସ୍କୃତ କରାଯାଇଛି ।

ବେଦାନ୍ତ ଏନଜିଓ ଓ ମହାଶକ୍ତି ଫାଉଣ୍ଡେସନ ଜରିଆରେ ସମ୍ବଳ ନିୟୋଜିତ କରି ୩୬୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ର ପ୍ରାୟ ୩୭୦୦ ମହିଳାଙ୍କ ଜୀବନରେ ଉନ୍ନତି ଆଣିଛି ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ । ବେଦାନ୍ତ ଲାଞ୍ଜିଗଡ଼ କ୍ରମାଗତ ଭାବେ ଅନେକ ବର୍ଷ ଧରି ଏହିପରି କାର୍ଯ୍ୟକ୍ରମ ଗୁଡ଼ିକୁ ହାତକୁ ନେଇ ସଫଳତାର ସହିତ ପରିଚାଳନା କରିଆସୁଛି ।

Leave A Reply

Your email address will not be published.