Latest Odisha News

BREAKING NEWS

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୪୫ଟି କରୋନା ଭାଇରସର ମାମଲା ଆସିଛି । ଜାମ୍ମୁ-କାଶ୍ମୀର, ନୂଆଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ୬ଟି ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କର୍ଣ୍ଣାଟକରୁ କରୋନା ଭାଇରସ ମାମଲା ସ୍ପଷ୍ଟ କରିନାହାଁନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ଦିନ କହିଛନ୍ତି କି, ସରକାର କରୋନା ଭାଇରସର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ତାଙ୍କ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ଭାଷାରେ ରାଜ୍ୟ ଗୁଡିକୁ ଗାଇଡଲାଇନ ପଠାଯାଉଛି ।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଦିଲ୍ଲୀର ଏଲ-ଜି ଅନିଲ ବୈଜଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ନଗର ନିଗମର ମେୟର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.