Latest Odisha News

BREAKING NEWS

Men’s Hero Hockey India League2026: ଫାଇନଲରେ ଘରୋଇ ଦଳ କଳିଙ୍ଗ ଲାନସର୍ସ; ଆସନ୍ତାକାଲି କ୍ବାଲିଫାୟର-୨ ଲଢେଇ

ଭୁବନେଶ୍ବର:ଶୁକ୍ରବାର କଳିଙ୍ଗ ହକି ଷ୍ଟାଡିୟମରେ ରାଞ୍ଚି ରୟାଲ୍ସ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଆଲେକଜାଣ୍ଡାର ହେଣ୍ଡ୍ରିକ୍ସଙ୍କ ଦୁଇଟି ଗୋଲ ବଳରେ ଫାଇନାଲ ଟିକେଟ ହାସଲ କରିଛି କଳିଙ୍ଗ ଦଳ ।

 


କଳିଙ୍ଗ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୧୨’)ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରି ପ୍ରାରମ୍ଭିକ ଅଗ୍ରଣି ହାସଲ କରିଥିଲା । ଏହାପରେ ଦ୍ୱିତୀୟାର୍ଦ୍ଧ ଆରମ୍ଭରେ କଳିଙ୍ଗ ପାଇଁ ହେଣ୍ଡ୍ରିକ୍ସ (୩୨’) ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ରେ ପରିଣତ କରି ୨-0ରେ ଆଗରେ ରହିଥିଲା । ଏହାପରେ ବିପକ୍ଷ ଦଳ ରାଞ୍ଚି ରୟାଲ୍ସ ପକ୍ଷରୁ ମନଦୀପ ସିଂହ (୪୦’)ଗୋଲ୍ କରି ସ୍କୋର ୨-୧ କରିଥିଲେ ।

ଖେଳ ଶେଷ ସୁଦ୍ଧା ମ୍ୟାଚରେ କୌଣସି ଆଉ ଗୋଲ୍ ଦେଖିବାକୁ ମିଳିନଥିଲା । ଫିମ୍ ହୋମ୍ ଟିମ୍ ବେଦାନ୍ତ କଳିଙ୍ଗ ଲାନସର୍ସ ୨-୧ ଗୋଲରେ ବିଜୟୀ ହୋଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଛି । ଏଥିସହ ହୋମ୍ ଗ୍ରାଉଣ୍ଡରେ ଘରୋଇ ଦର୍ଶକଙ୍କ ସହ ବିଜୟ ସେଲିବ୍ରେସନ କରିଥିଲେ କଳିଙ୍ଗ ଦଳ ।

 

ଅନ୍ୟପଟେ ଆସନ୍ତାକାଲି କ୍ବାଲିଫାୟର-୨ ଖେଳାଯିବ । ଏହାପରେ ନିର୍ଣ୍ଣୟ ହେବ କେଉଁ ଦଳ ଫାଇନାଲରେ କଳିଙ୍ଗ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲେଇବ ।

 


ସୂଚନାଥାଉକି, ଆସନ୍ତାକାଲି (ଜାନୁଆରୀ ୨୫) ରବିବାର ଦିନ କଳିଙ୍ଗ ହକି ଷ୍ଟାଡିୟମରେ ରାଞ୍ଚି ରୟାଲ୍ସ କ୍ୱାଲିଫାୟର ୨ରେ ହାଇଦ୍ରାବାଦ ତୁଫାନ୍ସ ସହିତ ମୁକାବିଲା କରିବ। କ୍ୱାଲିଫାୟର ୨ ଏକ କର ବା ମର ମୁକାବିଲା ହେବ । ବିଜେତା ଦଳ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।

ଏପଟେ ପରାଜିତ ଦଳ HIL GC ବିପକ୍ଷରେ ୩/୪ତମ ସ୍ଥାନ ପାଇଁ ମୁକାବିଲା କରିବେ ।

Leave A Reply

Your email address will not be published.