ଭୁବନେଶ୍ବର:ହକି ଇଣ୍ଡିଆ ଲିଗ୍ ୨୦୨୬ର ଟାଇଟଲ ଜିଣିଲା ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ । ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ଗୋଲରେ ପରାସ୍ତ କରି ବେଦାନ୍ତ କଳିଙ୍ଗ ଲାନସର୍ସ ପୁରୁଷ HIL 2025-26ର ଚମ୍ପିଆନ ହୋଇଛି । ୨ୟ ଥର ପାାଇଁ ଚମ୍ପିଆନ ହୋଇଛି କଳିଙ୍ଗ । ପୂର୍ବରୁ ୨୦୧୭ରେ କଳିଙ୍ଗ ବିଜୟ ମୁକୁଟ ପିନ୍ଧିଥିଲା ।
ଫାଇନାଲରେ ଲାନସର୍ସ ପାଇଁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୪’, ୨୭’) ଏବଂ ଦିଲପ୍ରୀତ ସିଂହ (୨୫’) ଗୋଲ ସ୍କୋର କରିଥିଲେ। ସେହିପରି ରାଞ୍ଚି ରୟାଲ୍ସ ପାଇଁ ଅରାଇଜିତ ସିଂହ ହୁଣ୍ଡାଲ (୯’) ଏବଂ ଅଧିନାୟକ ଟମ୍ ବୁନ୍ (୫୯’) ଗୋଲ ସ୍କୋରର ଥିଲେ।
ସୂଚନାଥାଉକି, ଏହି ସିଜିନ ସମ୍ପୂର୍ଣ୍ଣ ଭାବେ ଲାନ୍ସର୍ସଙ୍କ ନାଁରେ ରହିଛି । ସମ୍ପୂର୍ଣ୍ଣ ସିଜିନରେ କେବଳ ଗୋଟିଏ ମ୍ୟାଚରେ ପରାଜୟ ହୋଇଥିଲା କଳିଙ୍ଗ ।
THE CHAMPIONS HAVE BEEN CROWNED! 🏆🔥
After an almost undefeated campaign, the Vedanta Kalinga Lancers rise to the very top, roaring loud on home turf and lifting the trophy as the champions of the Hero Hockey India League 2026.
Consistency. Composure. Complete dominance.
This… pic.twitter.com/U1b7ikwxwP
— Hockey India League (@HockeyIndiaLeag) January 26, 2026
ଫାଇନାଲ ମ୍ୟାଚ ପୂର୍ବରୁ ହାଇଦ୍ରାବାଦ ତୁଫାନ୍ସ- HIL GC ମଧ୍ୟରେ ବ୍ରୋଞ୍ଚ ପଦକ ପାଇଁ ମୁକାବିଲା ହୋଇଥିଲା । ତେବେ ହାଇଦ୍ରାବାଦ ପୁରୁଷ ହିରୋ ହକି ଇଣ୍ଡିଆ ଲିଗ (HIL)ରେ ତୃତୀୟ ସ୍ଥାନ ହାସଲ କରିଛି । ହାଇଦ୍ରାବାଦ ତୁଫାନ୍ସ HIL GC ବିପକ୍ଷରେ ୪-୩ ଗୋଲରେ ବିଜୟୀ ହାସଲ କରିଥିଲା ।
Lines it up.
Locks on.
Fires. 💥🏑Inside the opening five minutes, Alexander Hendrickx wastes no time, blasting the ball into the backboard to give the Vedanta Kalinga Lancers a dream start.
That’s your Hero Moment of the Match and the Final is well and truly underway 🔥👀
— Hockey India League (@HockeyIndiaLeag) January 26, 2026
ସୂଚନାଥାଉକି, ଘରୋଇ ଗ୍ରାଉଣ୍ଡରେ ଲାନ୍ସର୍ସ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ହାପ୍ ଟାଇମ ସୁଦ୍ଧା ୩ଟି ଗୋଲ କରି ରାଞ୍ଚି ବିପକ୍ଷରେ ଦବଦବା ଦେଖାଇଥିଲା । ଖେଳ ଶେଷ ସୁଦ୍ଧା ସ୍କୋର ୩-୨ ରହିଥିଲା । ଫଳରେ ରାଞ୍ଚିକୁ ପରାଜୟ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।
ସୂଚନାଥାଉକି, ହାଇଦ୍ରାବାଦ ତୁଫାନ୍ସର ଓଡିଆ ଖେଳାଳି ଅମନଦୀପ ଲାକ୍ରା ହିରୋ ହକି ଇଣ୍ଡିଆ ଲିଗ୍ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ।
କଳିଙ୍ଗ ଷ୍ଟାଡିୟମରେ ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନ୍ସର୍ସ ବିଜୟ ହାସଲ କରିଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।