Latest Odisha News

BREAKING NEWS

ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍ ବୋଲି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଜଜ୍ ପଙ୍କଜ ମିତ୍ତଲ।

ସୁପ୍ରିମକୋର୍ଟର ୭୫ ବର୍ଷ ପୂରଣ ହେବା ଅବସରରେ ୧୨ ଏପ୍ରିଲରେ ଭୋପାଳର ନ୍ୟାସନାଲ୍ ଲ’ ଇନଷ୍ଟିଚ୍ୟୁଟ୍ ୟୁନିଭରସିଟି (ଏନଏଲଆଇୟୁ) ରେ ଅନୁଷ୍ଠିତ ହୋଇଥିବା ଆଇନଗତ ସମ୍ମିଳନୀରେ ସୁପ୍ରିମ କୋର୍ଟର ଜଜ୍ ପଙ୍କଜ ମିତ୍ତଲ ଯୋଗ ଦେଇଥିଲେ। ଆଇନ ବିଦ୍ୟାଳୟ ମାନଙ୍କରେ ପ୍ରାଚୀନ ଭାରତୀୟ ଆଇନଗତ ଏବଂ ଦାର୍ଶନିକ ପରମ୍ପରାକୁ ପାଠ୍ୟକ୍ରମରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ।ଯେଉଁଥିରେ ବେଦ, ସ୍ମୃତି, ଅର୍ଥଶାସ୍ତ୍ର , ମନୁସ୍ମିତୀ, ଧାମ,ମହାଭାରତ ଏବଂ ରାମାୟଣର ଉପନ୍ୟାସ ଜଡିତ ଥିବ।

 

Comments are closed.