Latest Odisha News

ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବୀର୍‌ ଦୀ ୱେଡିଂ’ର ସିକ୍ୱେଲ ସୁଟିଂ

ନୂଆଦିଲ୍ଲୀ: ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବୀର୍‌ ଦୀ ୱେଡିଂ’ ବିଭିନ୍ନ ମହଲରୁ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଚରିତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଦର୍ଶକଙ୍କ ହୃଦୟ ଜିତିଥିଲା। ତେବେ ଏହାର  ସିକ୍ୱେଲ ନିର୍ମାଣକୁ ନେଇ ଦୀର୍ଘ ସମୟ ଧରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରିପୋର୍ଟ ଅନୁଯାୟୀ ଫିଲ୍ମର ନିର୍ମାତା ଏହାର ଫିଲ୍ମର ସିକ୍ୱେଲ ତିଆରି କରିବାକୁ ମନସ୍ଥ କରିଛନ୍ତି।
ସୂଚନାଯୋଗ୍ୟ ‘ବୀର୍‌ ଦୀ ୱେଡିଂ’ ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଥିବାବେଳେ ଫିଲ୍ମର ଷ୍ଟାର କାଷ୍ଟରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଉନାହିଁ। ପୁଣି ଥରେ ବଡ଼ ପରଦାରେ ଗର୍ଲ ପାୱାର ଦେଖିବାକୁ ମିଳିବ। ଏଥିରେ ସୋନମ କପୁର, କରୀନା କପୁର, ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିବେ।

ଏପରି ପରିସ୍ଥିତିରେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଚରିତ୍ରମାନଙ୍କ ସହିତ ଏକ ନୂଆ କାହାଣୀ ଦେଖିବାର ସୁଯୋଗ ପାଇବେ। ତେବେ ସମସ୍ତ ଅଭିନେତ୍ରୀ ଏଥିପାଇଁ ବେଶ୍‌ ଉତ୍ସାହିତ ଥିବା ସୂଚନା ମିଳିଛି।

ସୂଚନା ମୁତାବକ ଏହାର ସୁଟିଂ ଆରମ୍ଭ କରିବାକୁ ଆଉ କିଛି ସମୟ ଲାଗିବ।  କରୀନା କପୁର ଖାନ ଏହି ସମୟରେ ଗର୍ଭବତୀ ଥିବାରୁ ସୁଟିଂକୁ ଆଉ କିଛି ଦିନ ଘୁଞ୍ଚାଇ ଦିଆଯାଇଛି।

Comments are closed.