ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ ଭର୍ତ୍ତି କରୁଥିଲା ତ କିଏ ବସ୍ତାରେ ବୋହି ଘରକୁ ନେଇଗଲେ । ଏଭଳି ଚିତ୍ର ଆଜି ସକାଳୁ ସକାଳୁ ପଳାଶୁଣୀ ଓଭରବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା ।

କାଙ୍କଡ଼ ନେବାକୁ ବିଚ୍ ରାସ୍ତାରେ ଯେମିତି ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା । କିଏ କେତେ ଅଧିକ କାଙ୍କଡ଼ ନେଇ ପାରିବ । କାଙ୍କଡ଼ ମୋହରେ ସମସ୍ତେ ଭୁଲି ଯାଇଥିଲେ ସାମାଜିକ ଦୂରତା । ଏତିକିବେଳେ ପୋଲିସ ସାଜିଥିଲା ଦେଖଣାହାରୀ । ଲୋକଙ୍କୁ ବାରଣ କରିବେ କଣ, ପୋଲିସ କର୍ମଚାରୀ ବି ନିଜ ବ୍ୟାଗରେ କାଙ୍କଡ଼ ଭର୍ତ୍ତି କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.