ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ ଭର୍ତ୍ତି କରୁଥିଲା ତ କିଏ ବସ୍ତାରେ ବୋହି ଘରକୁ ନେଇଗଲେ । ଏଭଳି ଚିତ୍ର ଆଜି ସକାଳୁ ସକାଳୁ ପଳାଶୁଣୀ ଓଭରବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା ।

କାଙ୍କଡ଼ ନେବାକୁ ବିଚ୍ ରାସ୍ତାରେ ଯେମିତି ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା । କିଏ କେତେ ଅଧିକ କାଙ୍କଡ଼ ନେଇ ପାରିବ । କାଙ୍କଡ଼ ମୋହରେ ସମସ୍ତେ ଭୁଲି ଯାଇଥିଲେ ସାମାଜିକ ଦୂରତା । ଏତିକିବେଳେ ପୋଲିସ ସାଜିଥିଲା ଦେଖଣାହାରୀ । ଲୋକଙ୍କୁ ବାରଣ କରିବେ କଣ, ପୋଲିସ କର୍ମଚାରୀ ବି ନିଜ ବ୍ୟାଗରେ କାଙ୍କଡ଼ ଭର୍ତ୍ତି କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା ।
BREAKING NEWS
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ
- Subhadra ShaktiBazaar:ମୁମ୍ବାଇରେ ‘ସୁଭଦ୍ରା ଶକ୍ତି ପପ୍-ଅପ୍ ବଜାର’;ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ

Comments are closed.