ଭୁବନେଶ୍ୱର: ହାଣ୍ଡିଶାଳକୁ ମହଙ୍ଗାମାଡ଼ | ପୂର୍ବରୁ ଡାଲି, ଚାଉଳ, ତେଲର ମୂଲ୍ୟ ବଢିଥିବା ବେଳେ ଏବେ ହୁହୁ ହେଇ ବଢୁଛି ପରିବା ଦର | ଭେଣ୍ଡି, ଵିମ, ଅଦା ଓ ରସୁଣ ଦର ତ ଆକାଶ ଛୁଇଁଥିବା ବେଳେ ଏବେ ନିହାତି ଆବଶ୍ୟକ ପରିବା ଆଳୁ ଓ ପିଆଜ ଉପରେ ମହଙ୍ଗା ମାଡ ହୋଇଛି | ସପ୍ତାହକ ଭିତରେ ପିଆଜ ଦର ୧୦ ଟଙ୍କାକୁ ବୃଦ୍ଧି ହୋଇ ୪୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ୩୨ ଟଙ୍କାକୁ ବୃଦ୍ଧି ହୋଇଛି | ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି | ଯେଉଁ ପରିବା ୩୦, ୪୦ ରେ ବିକ୍ରି ହେଉଥିଲା ସପ୍ତାହ ମଧ୍ୟରେ ତାହାର ଦର ବଢି ୬୦, ୭୦ ଛୁଇଁଛି | ବଜାରରେ ବାଇଗଣ କିଲୋ ୫୦ ଟଙ୍କା, କଲରା କିଲୋ ୮୦, ପୋଟଳ ୫୦ ଛୁଇଁଥିବା ବେଳେ ପିଆଜ ଦର ୪୦ ଛୁଇଁଛି |
ତେବେ ଗତ କିଛି ଦିନ ମଧ୍ୟରେ ଚାଉଳ, ଡାଲି ଠାରୁ ଆରମ୍ଭ କରି ଅଟା, ତେଲ, ସୁଜି, ମଇଦା ସବୁର ଦର ବୃଦ୍ଧି ପାଇଛି | ଗୋଟେ ପଟେ ଆୟ ନବଢୁଥିବାରୁ ନିତ୍ୟ ଆବଶ୍ୟକ ଜିନିଷର ବଢୁଥିବା ଦାମ ପାଇଁ ଏବେ ଚିନ୍ତାରେ ଖାଉଟି |
ସେପଟେ ନାସିକରୁ ଆମଦାନୀ ଅଧିକ ଦରରେ ହେଉଥିବା କାରଣରୁ ପିଆଜ ଦର ଏକପ୍ରକାର ବଢୁଥିବା କହିଛନ୍ତି ବ୍ୟବସାୟୀ ସଂଘ | ଫସଲ ଉତ୍ପାଦନର ପରିମାଣ ହ୍ରାସ ଓ କର୍ପୋରେଟ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣ, ଦର ଅସ୍ଥିର ରହିବାର ମୁଖ୍ୟ କାରଣ | ତେବେ ଆଗକୁ ଦର ଆହୁରି ବଢିପାରେ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ସଂଘ | ମାସେ ପରେ ପରିବା ଦରରେ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ମତ ରଖିଛନ୍ତି ସଂଘ |
BREAKING NEWS
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- କମାଣ୍ଡର ଚେଲ୍ଲୁରି ନାରାୟଣ ରାଓଙ୍କ ସମେତ ୮ ନକ୍ସଲଙ୍କ ଆତ୍ମସମର୍ପଣ ,ମୁଣ୍ଡରେ ଥିଲା ୨୫ଲକ୍ଷ
Comments are closed.