ଭୁବନେଶ୍ୱର: ହାଣ୍ଡିଶାଳକୁ ମହଙ୍ଗାମାଡ଼ | ପୂର୍ବରୁ ଡାଲି, ଚାଉଳ, ତେଲର ମୂଲ୍ୟ ବଢିଥିବା ବେଳେ ଏବେ ହୁହୁ ହେଇ ବଢୁଛି ପରିବା ଦର | ଭେଣ୍ଡି, ଵିମ, ଅଦା ଓ ରସୁଣ ଦର ତ ଆକାଶ ଛୁଇଁଥିବା ବେଳେ ଏବେ ନିହାତି ଆବଶ୍ୟକ ପରିବା ଆଳୁ ଓ ପିଆଜ ଉପରେ ମହଙ୍ଗା ମାଡ ହୋଇଛି | ସପ୍ତାହକ ଭିତରେ ପିଆଜ ଦର ୧୦ ଟଙ୍କାକୁ ବୃଦ୍ଧି ହୋଇ ୪୦ ଟଙ୍କା ହୋଇଥିବା ବେଳେ ଆଳୁ କିଲୋ ୩୨ ଟଙ୍କାକୁ ବୃଦ୍ଧି ହୋଇଛି | ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି | ଯେଉଁ ପରିବା ୩୦, ୪୦ ରେ ବିକ୍ରି ହେଉଥିଲା ସପ୍ତାହ ମଧ୍ୟରେ ତାହାର ଦର ବଢି ୬୦, ୭୦ ଛୁଇଁଛି | ବଜାରରେ ବାଇଗଣ କିଲୋ ୫୦ ଟଙ୍କା, କଲରା କିଲୋ ୮୦, ପୋଟଳ ୫୦ ଛୁଇଁଥିବା ବେଳେ ପିଆଜ ଦର ୪୦ ଛୁଇଁଛି |
ତେବେ ଗତ କିଛି ଦିନ ମଧ୍ୟରେ ଚାଉଳ, ଡାଲି ଠାରୁ ଆରମ୍ଭ କରି ଅଟା, ତେଲ, ସୁଜି, ମଇଦା ସବୁର ଦର ବୃଦ୍ଧି ପାଇଛି | ଗୋଟେ ପଟେ ଆୟ ନବଢୁଥିବାରୁ ନିତ୍ୟ ଆବଶ୍ୟକ ଜିନିଷର ବଢୁଥିବା ଦାମ ପାଇଁ ଏବେ ଚିନ୍ତାରେ ଖାଉଟି |
ସେପଟେ ନାସିକରୁ ଆମଦାନୀ ଅଧିକ ଦରରେ ହେଉଥିବା କାରଣରୁ ପିଆଜ ଦର ଏକପ୍ରକାର ବଢୁଥିବା କହିଛନ୍ତି ବ୍ୟବସାୟୀ ସଂଘ | ଫସଲ ଉତ୍ପାଦନର ପରିମାଣ ହ୍ରାସ ଓ କର୍ପୋରେଟ ସଂସ୍ଥାଙ୍କ ମନମୁଖୀ ଦର ନିୟନ୍ତ୍ରଣ, ଦର ଅସ୍ଥିର ରହିବାର ମୁଖ୍ୟ କାରଣ | ତେବେ ଆଗକୁ ଦର ଆହୁରି ବଢିପାରେ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ସଂଘ | ମାସେ ପରେ ପରିବା ଦରରେ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ମତ ରଖିଛନ୍ତି ସଂଘ |
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.