ଭୁବନେଶ୍ୱର: ଟ୍ୱିନ୍ ସିଟିରେ ଆକାଶ ଛୁଇଁଲାଣି ପନିପରିବା ଦର। ରିବା ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲଗିଛି।ପିଆଜ ଭଳି ଅତ୍ୟାବଶ୍ୟକୀୟ ପନିପରିବାର ଦର ପ୍ରତିଦିନ ବଢ଼ିବାରେ ଲାଗିଛି । ବର୍ଷର ଯେଉଁ ସମୟରେ ପରିବାର ମୂଲ୍ୟ କମ୍ ରହିବା କଥା ସେହି ସମୟରେ ପାରିବା ଦର ଆକାଶ ଛୁଆଁ ହୋଇଛି।
ଶୀତଋତୁ ଆରମ୍ଭରେ ପନିପରିବା ଅଧିକ ଅମଳ ହୁଏ । କିନ୍ତୁ ଚଳିତ ବର୍ଷ କଟକ ଭୁବନେଶ୍ୱରରେ ଅଧିକାଂଶ ପନିପରିବାର ଦାମ କିଲୋ ପିଛା ୫୦ ରୁ ଅଧିକ ଟଙ୍କା ରହିଛି।
ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁଯାୟୀ, ହୋଲସେଲ ବ୍ୟବସାୟୀମାନେ ପନିପରିବା ମୂଲ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ଘଟାଇଛନ୍ତି। ଯାହାଫଳରେ ଖୁଚୁରା ବଜାରରେ ପରିବା ଦର ମଧ୍ୟ ଅହେତୁକ ଭାବେ ବଢି ଚାଲିଛି।
ଟ୍ଵିନ ସିଟି ରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା, କଲରା ୭୦ ଟଙ୍କା, ବିନ୍ସ ୭୦ ଟଙ୍କା, ବାଇଗଣ ୬୦ ଟଙ୍କା ଭେଣ୍ଡି ୬୦ ଟଙ୍କା ଫୁଲକୋବି ୫୦ ଟଙ୍କା ରହିଛି।
Comments are closed.