ଢେଙ୍କାନାଳ:ବାଜିଚୌକ ସ୍ଥିତ ଦୈନିକ ପରିବା ମାର୍କେଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୁତ୍ତ । ଦୁର୍ବୁତ୍ତଙ୍କ ଖଣ୍ଡା ଓ ଭୁଜାଲି ଚୋଟରେ ପରିବା ବ୍ୟବସାୟୀ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ଓ ପରେ କଟକ ଏସ ସିବିକୁ ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ପରିବା ଦୋକାନୀ ସ୍ଥାନୀୟ ରଗଡି ସାହିର ଦିପୁନ ପ୍ରଧାନ ।
ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଣାପଡିଛି । ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ,ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଦିପୁନ ପ୍ରଧାନ ପରିବା ଦୋକାନରେ ବସିଥିଲେ । ହଠାତ୍ ୩ଟି ବାଇକରେ ୫ଜଣ ଯୁବକ ହାତରେ ଖଣ୍ଡା, ଭୁଜାଲି ଓ ଠେଙ୍ଗା ଧରି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ଥିଲେ ପରିବା ବ୍ୟବସାୟୀ । ଏହାପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଟାଉନ ପୁଲିସ ପହଞ୍ଚି ଘଟଣାର ଛାନଭିନ କରୁଛି। ପୂର୍ବ ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।