ଭୁବନେଶ୍ୱର : କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି ଠିକ ଥିବ ହଟାଇବା କଷ୍ଟ । ଫିଟନେସ ଥିବା ଗାଡ଼ି ଚାଲିବ ।
ପଞ୍ଜି କରଣ କରି ଲୋକମାନେ ଗାଡି ଚଲାଇପାରିବେ । ସ୍କ୍ରାପ ପଲିସି ଦ୍ୱାରା ଲୋକ କ୍ଷତିରେ ପଡ଼ିବେ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ପଲିସି ଦ୍ୱାରା ଲୋକାମାନେ କଣ ଅସୁବିଧାର ସମ୍ମୁଖିନ ହେବେ ବୋଲି କେନ୍ଦ୍ରକୁ ଅବଗତ କରାଯାଇଛି।ଅପ୍ରେଲରେ ଏହା କାର୍ଯ୍ୟକାରୀ ହେବା ନେଇ ଶୁଣିବାକୁ ମିଳୁଛି।
ଯିଏ ଇ ଭେହିକିଲ କିଣିବ ରାଜ୍ୟ ସରକାର ତାଙ୍କୁ ପ୍ରୋତ୍ସାହନ ଦେବେ । ନୂଆ ଆଇନ ଆସିବା ପରେ ନିଷ୍ପତ୍ତି ହୋଇଛି । ଚାର୍ଜିଙ୍ଗ ଷ୍ଟେସନ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭାଗୀୟ ଆଲୋଚନା ଚାଲିଛି । ନିର୍ଦ୍ଧିଷ୍ଟ କେତେ ବ୍ୟବଧାନରେ ଚାର୍ଜିଙ୍ଗ ଷ୍ଟେସନ ପ୍ରତିଷ୍ଠା କରାଯିବ ସେ ନେଇ ଆଲୋଚନା ଚାଲିଛି ।
ତାମିଲନାଡୁ ମଡେଲ ଦେଶର ବେଷ୍ଟ ମଡେଲ। ଦୁର୍ଘଟଣା କମେଇବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ଆଗକୁ କରିବେ ମଧ୍ୟ। ସେଥିପାଇଁ ଯେଉଁ ମଡେଲ ଆବଶ୍ୟକ ରାଜ୍ୟ ଗ୍ରହଣ କରିବ। ଦୁର୍ଘଟଣା ପରେ କିପରି ଲୋକଙ୍କୁ ତତକ୍ଷଣାତ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯାଉଛି ।
Comments are closed.