ଭୁବନେଶ୍ବର: କାର୍ ଟାୟାର ବିଭିନ୍ନ କାରଣରୁ ଶୀଘ୍ର ଘଷି ହୋଇ ଖରାପ ହୋଇଯାଏ । ତେବେ ଜାଣିଛନ୍ତି କି କାହିଁକି ଏମିତି ହୁଏ ? ଏହା ପଛରେ ଅନେକ କାରଣ ରହିଛି..
– ପ୍ରଥମ କଥା ଆପଣ ଗାଡିରେ ଲୋ ଟାୟାର ବ୍ୟବହାର କରୁଛନ୍ତି ତେବେ ଏହା ବହୁତ ଶୀଘ୍ର ନଷ୍ଟ ହୋଇଯାଏ । ଆପଣ ଗାଡିରେ ଟାୟାର ଲଗାଇବାବେଳେ ଭଲ ବ୍ରାଣ୍ଡର ଟାୟାର ଲଗାନ୍ତୁ ।
– କମ୍ ପ୍ରେସର ଥିଲେ ଟାୟାରର ଧାର ଗୁଡିକ ଶୀଘ୍ର ଖରାପ ହୋଇଯାଏ । ଏଥିପ୍ରତି ଆପଣ ଧ୍ୟାନ ରଖିବା ଉଚିତ୍ । ନଜର ଗାଡିର ପ୍ରେସର ଚେକ୍ କରନ୍ତୁ ।
– ଗାଡିରେ ଅଧିକ ଲୋଡ ଥିବାବେଳେ ଖରାପ ରାସ୍ତାରେ ଚଲାଉଛନ୍ତି ତେବେ ଟାୟର ଶୀଘ୍ର ନଷ୍ଟ ହୁଏ । ତେବେ ହାଇ ଲୋଡରେ ଭଲ ରାସ୍ତାରେ ଗାଡି ଚଲାନ୍ତୁ ।
– ଯଦି ଚକ ଠିକ୍ ଭାବରେ ନଲାଗିଥାଏ ତେବେ ଟାୟାର ଏବଂ ସସପେନ୍ସନ୍ ମଧ୍ୟ ଖରାପ ହୁଏ ।
– ଅଧିକାଂଶ ସମୟ ସ୍ପିଡ୍ ଗାଡି ଚଲାଇବା ଏବଂ ହଠାତ୍ ବ୍ରେକ ମାରିବା ଦ୍ବାରା ଟାୟର ଶୀଘ୍ର ଖରାପ ହୋଇଯାଏ ।
ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଗାଡିର ଟାୟାର ଖରାପ ହେବ ନାହିଁ ଅଯଥାରେ ସବୁବେଳେ ଖର୍ଚ୍ଚାନ୍ତ ହେବେ ନାହିଁ ।
Comments are closed.