Latest Odisha News

ଜଳମଗ୍ନ କନ୍ଧମାଳ; ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ବେଳେ ଶୁକ୍ରବାର ଦିନ ସରକାର କନ୍ଧମାଳର ଜିଲ୍ଲାପାଳଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ତଦନୁସାରେ ଜିଳ୍ଲାର କିଛି ରାସ୍ତା ଓ ବ୍ରିଜ ଜଳମଗ୍ନ ରହିଥିବାରୁ ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ବର୍ଷା ହେତୁ କିଛି ରାସ୍ତା ଓ ବ୍ରିଜ ବୁଡି ରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର (ଏସଆରସି)। ରାସ୍ତା ଓ ବ୍ରିଜ୍ ବୁଡି ରହିଥିବା ବେଳେ ଏହା ଉପରେ ଯାନବାହାନ ଏବଂ ଲୋକଙ୍କ ଯାତାୟତ କରିବା ନେଇ ମନା କରାଯାଇଛି।

ତେବେ ସୂତ୍ରରୁ ପ୍ରକାଶ ଯେ ଲଗାତାର ବର୍ଷା ଯୋଗୁ ରାସ୍ତା ସମେତ ଅନେକ ତଳିଆ ଅଞ୍ଚଳ ପାଣିରେ ବୁଡ଼ି ଯାଇଛି।

Comments are closed.