Latest Odisha News

BREAKING NEWS

ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ, ଶତାଧିକ ଗୀତ ଓ ଜଣାଣର ଥିଲେ ରଚୟତା

ଭୁବନେଶ୍ଵର: ପରଲୋକରେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ । ଆଜି ଦିନ ୧୨ଟା ସମୟରେ ସୂର୍ଯ୍ୟନଗର ୟୁନିଟ-୭ ଦୁର୍ଗା ମଣ୍ଡପ ନିକଟରେ ରହୁଥିବା ଏକ ଭଡାଘରେ ତାଙ୍କର ବିୟୋଗ ହୋଇଛି । ଜୀବନକାଳ ମଧ୍ୟରେ ସେ ଅନେକ ଭଜନ ଗୀତ ସହ ଜଣାଣର କରିଥିଲେ ରଚନା ।

BjdElectrycity

ଆହେ ଚକା ଆଖି ଆହେ ଚକା ଆଖି, ମୋ ବାହୁଡା଼ ବେଳ ହେଲା ତୁଣ୍ଡେ ଦିଅ ନିର୍ମାଲ୍ୟ ତୁଳସୀ, ରଥ ଯାଏ ଗଡି ଗଡି, ସତ କହିବ ସାଆନ୍ତେ, ସଖିଲୋ ଥରେ ପଚାରୀ ବୁଝ, କେମିତି କହିବି କାଳିଆ, କାଳିଆ ତୁ ମୋର କଳା ଗୋବିନ୍ଦ, କହ କହରେ କାଳିଆ ପରି ଅନେକ ହୃଦୟସ୍ପର୍ଶୀ ଭଜନ ଗୀତର ରଚୟତା ଥିଲେ କବି ରଘୁନାଥ ରାଉତ । ତାଙ୍କର ଏକାଧିକ କାଳଜୟୀ ଗୀତକୁ କଣ୍ଠ ଦାନ ଦେଇ ଥିଲେ ଅନେକ ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ତଥା ଭଜନ ସମ୍ରାଟ ଭିକାରି ବଳ, ଶାନ୍ତି ଲତା ବାରିକ, ଅରବିନ୍ଦ ମୁଦୁଲି, ସୋନୁ ନିଗମ ପ୍ରମୁଖ । ତାଙ୍କ ଜୀବନକାଳ ମଧ୍ୟରେ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେଥିମଧ୍ୟରୁ ଗୃହ ବଇଦ, ଅମୃତ ନଗର ସନ୍ଧନରେ ଥିଲା ବେଶ୍ ଲୋକଆଦୃତ ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବିଶୋକ ଗାଁରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀକ୍ଷେତ୍ର କବି ରଘୁନାଥ ରାଉତ । ତାଙ୍କ ବିୟୋଗ ପୁରା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Leave A Reply

Your email address will not be published.