କାରାକାସ: ଭେନେଜୁଏଲା ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଆଖିବୁଜା ଗୁଳିମାଡ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଉକ୍ତ ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା । ଘଟଣା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ରହିଛି ।
ରାଷ୍ଟ୍ରପତି ଭବନ ଚାରିପାଖରେ ଥିବା ଅଞ୍ଚଳ ସମେତ କାରାକାସର ଅନେକ ଅଞ୍ଚଳରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରବଳ ଗୁଳିକାଣ୍ଡ ଶୁଣାଯାଇଥିଲା । ରାଷ୍ଟ୍ରପତି ଗିରଫ ହେବା ପରେ ସଶସ୍ତ୍ର ଯାନ ଓ ସାମରିକ କର୍ମଚାରୀମାନେ ରାଷ୍ଟ୍ରପତି ଭବନକୁ ଘେରି ରହିଛନ୍ତି । ତେବେ ସରକାରୀ ପରିସରରେ ଡ୍ରୋନ୍ର ଉପସ୍ଥିତିକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ଅନ୍ୟପଟେ, ଭେନେଜୁଏଲାରେ ଗୁଳିକାଣ୍ଡ ନେଇ ଆମେରିକାକୁ ସନ୍ଦେହ କରାଯାଉଥିବାବେଳେ, ସଫେଇ ଦେଇଛି ଆମେରିକା । ଏହି ଗୁଳିକାଣ୍ଡରେ ଆମେରିକା ସମ୍ପୃକ୍ତ ନଥିବା ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି । କାରଣ ଶନିବାର ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା, ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା । ଡେଲସି ରୋଡ୍ରିଗେଜ ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ନେବାର କିଛି ସମୟ ପରେ ଏହି ଗୁଳିମାଡ଼ ହୋଇଥିଲା ।