ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ ଆନ୍ତର୍ଜାତୀୟ ଘରୋଇ ସିରିଜରେ କେତେକ ଭେନ୍ୟୁରେ ପରିବର୍ତନ କରିଛି । ଟିମ ଇଣ୍ଡିଆ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ । ପ୍ରଥମେ ଭାରତ ୨ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏହା ଅକ୍ଟୋବରରେ ଖେଳାଯିବ । ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ ଅହମ୍ମଦାବାଦରେ ଏବଂ ଦ୍ୱିତୀୟ ଟେଷ୍ଟ ୧୦ରୁ ଦିଲ୍ଲୀ ଖେଳାଯିବ । ପୂର୍ବରୁ ଦ୍ୱିତୀୟ ଟେଷ୍ଟ କୋଲକାତାରେ ଖେଳାଯିବାକୁ ଥିଲା । ଏହି ସିରିଜ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ । ଏହା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ ।
ଅଷ୍ଟ୍ରେଲିଆରୁ ଫେରିବା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି୨୦ ସିରିଜ ଖେଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ନୂଆଦିଲ୍ଲୀରୁ କୋଲକାତାକୁ ଶିଫ୍ଟ କରାଯାଇଛି । ୧୮ ନଭେମ୍ବରରୁ କୋଲକାତାରେ ପ୍ରଥମ ଟେଷ୍ଟ ଏବଂ ନଭେମ୍ବର ୨୬ରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳିବ । ବରସପାରାରେ ପ୍ରଥମ ଥର ପାଇଁ ନାଲି ବଲ ମୁକାବିଲା ଆୟୋଜିତ ହେବାକୁ ଯାଉଛି । ୩୦ ନଭେମ୍ବରରୁ ୬ ଡିସେମ୍ବର ପର୍ଯ୍ୟନ୍ତ ୩ଟି ଦିନିକିଆ ମ୍ୟାଚ ରାଂଚୀ, ରାୟପୁର ଓ ଭାଇଜାଗରେ ଖେଳାଯିବ । ୯ରୁ ୧୯ ଡିସେମ୍ବର ମଧ୍ୟରେ ୫ଟି ଟି୨୦ ଯଥାକ୍ରମେ କଟକ, ମୂଲ୍ଲାପୁର, ଧର୍ମଶାଳା, ଲକ୍ଷ୍ନୌ ଓ ଅହମ୍ମଦାବାଦରେ ଖେଳାଯିବ ।
Comments are closed.