Latest Odisha News

BREAKING NEWS

ଚାନ୍ଦିପୁର ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ପରୀକ୍ଷଣ ସଫଳ

ବାଲେଶ୍ବର : ବାଲିଷ୍ଟିକ୍ ମିସାଇଲ୍ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ ‘ପ୍ରହାର’ର ଉତକ୍ଷେପଣ ହୋଇଛି । ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ମିସାଇଲ । ଏହାର ସଫଳ ପରୀକ୍ଷଣ ନେଇ ସୂଚନା ଦେଇଛି ଡିଆରଡିଓ । ସେହିପରି ସଫଳ ପରୀକ୍ଷଣ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ପ୍ରହାର ମିସାଇଲର ଲମ୍ବ ୭.୩୨ ମିଟର ଥିବା ବେଳେ, ଓଜନ ୧୨୮୦ କିଲୋଗ୍ରାମ୍ । ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରିବ । ସେହିପରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ‘ପ୍ରହାର’ କ୍ଷେପଣାସ୍ତ୍ରରେ ୨୦୦ରୁ ୫୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

Leave A Reply

Your email address will not be published.