Latest Odisha News

BREAKING NEWS

ଅବସର ନେବେ ହରଭଜନ !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ମହାନ ସ୍ପିନର ଭାବେ ପରିଗଣିତ ହରଭଜନ ସିଂ ଖୁବ ଶୀଘ୍ର କ୍ରିକେଟକୁ ଅଲବିଦା କହିବାକୁ ଯାଉଛନ୍ତି । ଅବସର ଘୋଷଣା କରିବା ସହ ସେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଚ କିମ୍ବା ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଇବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ସପ୍ତାହରେ ସେ ଅବସର ନେବା ପରେ କେଉଁ ଫ୍ରାଚାଇଜ ଟିମ ସହ ରହିବେ ତାହା ସ୍ପଷ୍ଟ ହେବ । ୪୧ ବର୍ଷୀୟ ଭଜି ଏବେ କୋଲକାତା ନାଇଟ ରାଇଡର୍ସ ଟିମର ଅଂଶବିଶେଷ ଥିଲେ । ତେବେ ଫେଜ ୨ରେ ସେ ଖେଳିବାକୁ ସୁଯୋଗ ପାଇ ନ ଥିଲେ ।

ହରଭଜନ ୧୦୩ ଟେଷ୍ଟରେ ୪୧୭ ୱିକେଟ ନେଇଛନ୍ତି । ୨୩୬ ଦିନିକିଆରେ ୨୬୯ ଏବଂ ୨୮ ଟି୨୦ରେ ୧୫ ୱିକେଟ ହାସଲ କରିଛନ୍ତି । ଆଇପିଏଲରେ ସେ ୧୬୩ ମ୍ୟାଚରେ ୧୫୦ ୱିକେଟ ନେଇଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିଛନ୍ତି ।

Leave A Reply

Your email address will not be published.