Latest Odisha News

BREAKING NEWS

ହାଲୋ ମୁଁ ଭୁବନେଶ୍ୱର ଆସୁଛି : ବିଜୟ ମହାନ୍ତି

ଭୁବନେଶ୍ୱର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ନେଇ ଭୁବନେଶ୍ୱରରୁ ଯାଇଥିବା ଡାକ୍ତରୀ ଟିମ୍ ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରିଛି । ଆଜି ଦିନ ୧୧ଟା ୫୫ ସମୟରେ ଏହି ଆମ୍ବୁଲାନ୍ସ ହ୍ରାଇଦ୍ରାବାଦ ଛାଡିଥିବା ସୂଚନା ମିଳିଛିି । ଭୁବନେଶ୍ୱର ଆସିବା ପାଇଁ ଆମ୍ବୁଲାନ୍ସରେ ବିଜୟ ମହାନ୍ତି ବେଶ୍ ଖୁସି ପ୍ରକାଶ କରବା ସହିତ ହାତ ହଲାଇ କହିଛନ୍ତି, ‘ହ୍ୟାଲୋ ମୁଁ ଭୁବନେଶ୍ୱର ଆସୁଛି ।’

ଆସନ୍ତାକାଲି ଆମ୍ବୁଲାନ୍ସଟି ଭୁବନେଶ୍ୱରରେ ପହଞ୍ଚିବ । ଏଠାରେ କେୟାର ହସ୍ପିଟାଲରେ ତାଙ୍କର ପରବର୍ତ୍ତୀ ଚିକିତ୍ସା କରାଯିବ । ଆମ୍ବୁଲାନ୍ସରେ ଜଣେ ଅଭିଜ୍ଞ ଡାକ୍ତର ଓ ନର୍ସ ମଧ୍ୟ ଅଛନ୍ତି ।

ଗତ ମେ ୨୭ ତାରିଖରେ ହୃଦଘାତ ହେବାରୁ ତାଙ୍କୁ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିଲେ ମଧ୍ୟ ସାମାନ୍ୟ ସୁସ୍ଥ ହେବା ପରେ ସେ ଭୁବନେଶ୍ୱର ଫେରି ଆସିବା ପାଇଁ ମନ କରିଥିଲେ । ବିଜୟ ମହାନ୍ତିଙ୍କ ଛାତ୍ର ତଥା ଅଭିନେତା ଅଖିଳ ପଟ୍ଟନାୟକ ଓ ତାଙ୍କ ସାଥୀ ପ୍ରଶାନ୍ତ ନାୟକ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହଯୋଗରେ ଭୁବନେଶ୍ୱର ଆଣିବା ବ୍ୟବସ୍ଥା କରିଛନ୍ତି ।

Leave A Reply

Your email address will not be published.