Latest Odisha News

‘ପୁରୀକୁ ସିଲ୍ କରି ବିନା ଭକ୍ତରେ ହେଉ ରଥଯାତ୍ରା’

ଭୁବନେଶ୍ୱର: ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ତେବେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ମତ ଦେଉଛନ୍ତି । ଏହାରିଭିତରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରା ହେବା ଆବଶ୍ୟକ ।

ରଘୁନାଥଙ୍କ ମତରେ, ପୁରୀ ସହରକୁ ଚାରିପଟୁ ସିଲ୍ କରି ବିନା ଭକ୍ତରେ ରଥଯାତ୍ରା କରାଯାଉ । ଏମିତିକି ପୁରୀ ବାସୀ ମଧ୍ୟ ଘରେ ରହି ଟିଭିରେ ରଥଯାତ୍ରା ଦେଖନ୍ତୁ । ପୋଲିସ ଓ ସେବାୟତ ମାନେ ରଥ ଟାଣନ୍ତୁ । କିଛି ସେବାୟତ ରଥ ଉପରେ ରହିବେ, ବାକି ରଥ ଟାଣିବେ । ସମସ୍ତେ ତ ରଥ ଟାଣନ୍ତି ନାହିଁ । କେବଳ ହାତ ଦେଇଥାନ୍ତି । ପ୍ରଭୁଙ୍କ ଇଛାରେ ରଥ ଗଡେ । ପ୍ରଭୁଙ୍କ ଇଛା , ସେ ଚାହିଁଲେ ରଥଯାତ୍ରା ହେବ ନହେଲେ ହେବନାହିଁ ।

ରଘୁନାଥ କହିଛନ୍ତି, ପରିସ୍ଥିତି ଯଦି ଅତି ଖରାପ ହେବ ତେବେ ରଥଯାତ୍ରା ନହେଲେ କିଛି ଅସୁବିଧା ନାହିଁ । କାରଣ, ପାତାଳି ହେବା ସମୟରେ ମଧ୍ୟ ରଥଯାତ୍ରା ହୋଇପାରିନଥିଲା ।

Leave A Reply

Your email address will not be published.