ଭୁବନେଶ୍ୱର: ହାଇଦ୍ରାବାଦରେ ଚିକିତ୍ସିତ ହେଉଥିବା ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଭୁବନେଶ୍ୱର ଫେରିବେ । ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅଣାଯିବ । ମିଳିଥିବା ସୂଚନା ଅନୁସାରେ ସେ ଚିକିତ୍ସିତ ହେଉଥିବା ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରୁ ତାଙ୍କୁ ଏବେ ଡିସ୍ଚାର୍ଜ କରାଯାଉଛି । ତେଣୁ ଆଜି ଅପରାହ୍ନ ସୁଦ୍ଧା ସେ ହାଇଦ୍ରାବାଦରୁ ବାହାରିବେ ।
ଆମ୍ବୁଲାନ୍ସଟି ଭୁବନେଶ୍ୱର କେୟାର ହସ୍ପିଟାଲରୁ ପଠାଯାଇଛି । ଏଥିରେ ଜଣେ ଅଭିଜ୍ଞ ଡାକ୍ତର, ନର୍ସ ଅଛନ୍ତି । ଏଥି ସହ କେୟାର ହସ୍ପିଟାଲ ଓ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଏକ କୋର୍ ଟିମ ଗଠିତ ହୋଇଛି ।
ହାଇଦ୍ରାବାଦରେ ଝିଅ ଘରେ ଥିବା ବେଳେ ଗତ ମେ ୨୭ ତାରିଖରେ ଅସୁସ୍ଥ ହୋଇପଡିବାରୁ ବିଜୟ ମହାନ୍ତିଙ୍କୁ ସେଠାରେ ଚିକିତ୍ସିତ କରାଯାଉଛି । ତେବେ ସେ ଓଡିଶା ଫେରିବା ପାଇଁ ଚାହୁଁଥିବାରୁ ତାଙ୍କ ଛାତ୍ର ତଥା ଅଭିନେତା ଅଖିଳ ପଟ୍ଟନାୟକ ଓ ସାଥୀ ପ୍ରଶାନ୍ତ ନାୟକ ଏ ନେଇ ଉଦ୍ୟମ କରିଛନ୍ତି । ସେମାନେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହଯୋଗ ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଫେରାଇ ଆଣିବାର ବ୍ୟବସ୍ଥା କରିଛନ୍ତି ।
ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୟ ମହାନ୍ତିଙ୍କର କେୟାର ହସ୍ପିଟାଲରେ ଚିକିତ୍ସା ହେବ ।
Comments are closed.