Latest Odisha News

BREAKING NEWS

ଭେଟେରାନ ଅଭିନେତା ପ୍ରେମ ଚୋପ୍ରା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ପ୍ରେମ ଚୋପ୍ରାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହିନ୍ଦୀ ସିନେମା ଜଗତରେ ନିଜର ଖଳନାୟକ ଭୂମିକା ପାଇଁ ବେଶ ଜଣାଶୁଣା।

ଏବେ ତାଙ୍କୁ ବର୍ତ୍ତମାନ୍ ୯୦ ବର୍ଷ ବୟସ ହୋଇଥିବା ଜଣାପଡିଛି। ତେବେ ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ୍ ସ୍ଥିର ରହିଛି। ଚିନ୍ତା କରିବା ଦରକାର ନାହିଁ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ତାଙ୍କୁ କିଛି ଦିନ ମଧ୍ୟରେ ଡିସଚାର୍ଜ କରାଯିବ ଓ ବର୍ତ୍ତମାନ୍ ହସ୍ପିଟାଲର ଡାକ୍ତରମାନେ ନିୟମିତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରୁଛନ୍ତି।

ତେବେ ସେ ଗତ ଛଅ ଦଶନ୍ଧି ଧରି ସିନେ ଜଗତରେ ସକ୍ରିୟ ଅଛନ୍ତି। ତାଙ୍କ କ୍ୟାରିଅରରେ ୩୮୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଫିଲ୍ମରେ ଏକ ଡାଇଲଗ “ପ୍ରେମ ନାମ ହେ ମେରା, ପ୍ରେମ ଚୋପ୍ରା” ପାଇଁ ସେ ଜଣାଶୁଣା। ସେ ବବି, ଉପକାର, ଦୋ ରାସ୍ତେ ଏବଂ କଟି ପତଙ୍ଗ ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ ହୋଇଥିଲେ।

 

Comments are closed.