Latest Odisha News

ଆରପାରିରେ ଅଭିନେତା ବିକ୍ରମ ଗୋଖଲେ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା  । ଗତ ୫ ତାରିଖରେ  ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା। ବିକ୍ରମଙ୍କ ମୃତ୍ୟୁ ଖବର ନେଇ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏନେଇ ଅନେକ କଳାକାରାମାନେ ତାଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.