Latest Odisha News

BREAKING NEWS

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା ।

ଏହି ଅଞ୍ଚଳ ମିର୍ଟୁର ଥାନା ଅନ୍ତର୍ଗତେ ରହୁଛି । ପୋଲିସ ଓ ଯବାନଙ୍କ ମିଳିତ ଅପରେସନ ଚାଲିଥିବାବେଳେ ଏନକାଉଣ୍ଟର ହୋଇଛି ବୋଲି ବସ୍ତର ରେଞ୍ଜ ଆଇଜିପି ସୁନ୍ଦରରାଜ୍ ପି ସୂଚନା ଦେଇଛନ୍ତି । ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ, ଏସଟିଏଫ୍ ଓ ସିଆରପିଏଫ୍ ଯବାନ ସାମିଲ ହୋଇଥିଲେ । ମାଓ ଡିଭିଜନାଲ କମିଟି ସଦସ୍ୟ ମୋହନ କାଡତି ଓ ସୁମିତ୍ରା ୩୦ ମାଓବାଦୀଙ୍କ ସହିତ ପୋମରା-ହଲ୍ଲୁର ଜଙ୍ଗଲରେ ଲୁଚିଥିବା ଖବର ପାଇବା ପରେ କମ୍ୱିଂ କରାଯାଇଥିଲା ।

ଏହି ସ୍ଥାନଟି ରାୟପୁରଠାରୁ ୪ଶହ କିଲୋମିଟର ଦୂରରେ ରହିଛି । ଡିଆରଜି ପାଟ୍ରୋଲିଂ ଟିମ୍  ପୋମରା ଜଙ୍ଗଲରେ କମ୍ୱିଂ କରୁଥିବା ବେଳେ ପ୍ରଥମେ ମାଓବାଦୀ ଫାୟରିଂ କରିଥିଲେ । ଗୁଳି ବିନିମୟ ଥମିବା ପରେ ସୁରକ୍ଷାକର୍ମୀ ୪ ମାଓବାଦୀଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରିଛନ୍ତି । ଏବେ ବି ସେହି ଅଞ୍ଚଳକୁ ସିଜ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛି ପାଟ୍ରୋଲିଂ ଟିମ୍ ।

Leave A Reply

Your email address will not be published.