ମୁମ୍ବାଇ : ବଲିଉଡ୍ର ଭେଟେରାନ ଅଭିନେତ୍ରୀ ତନୁଜା । ସେ ହେଉଛନ୍ତି ବଲିଓଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲଙ୍କ ମା’ । ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ମୁମ୍ବାଇ ଜୁହୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ସ୍ବାସ୍ଥ୍ୟବସ୍ଥା ସେତେଟା ଠିକ୍ ନଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ସ୍ବତନ୍ତ୍ର ଡାକ୍ତରୀଟିମ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ପୁରା ନଜର ରଖିଛନ୍ତି । ଲଗାତାର ତାଙ୍କ ସ୍ବାସ୍ଥ୍ୟର ମନିଟରିଂ କରାଯାଉଛି ।
ତନୁଜାଙ୍କୁ ବୟସ ହେଲାଣି ୮୦ ବର୍ଷ । ୧୯୪୩ ମସିହାରେ ତାଙ୍କର ଜନ୍ମ । ସେ ଉଭୟ ହିନ୍ଦୀ ଓ ବଙ୍ଗୀୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପ୍ରାୟ ୧୨୦ରୁ ଉର୍ଦ୍ଧ୍ବ ଫିଲ୍ମରେ କାମ କରିଛନ୍ତି ତନୁଜା । କମ୍ ବୟସରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ୧୬ ବର୍ଷ ବୟସରେ ପ୍ରଥମ ଫିଲ୍ମ (ଛବିଲି) ରିଲିଜ ହୋଇଥିଲା । ଏହାପରେ ୧୯୬୨ରେ ଫିଲ୍ମ ‘ମେମ୍ ଦିଦି’ରେ ନଜର ଆସିଥିଲେ ।‘ବାହାରେଁ ଫିର୍ ଭି ଆୟଙ୍ଗେ’, ‘ଜୁଏଲ ଥିଫ୍’, ‘ହାତୀ ମେରେ ସାଥୀ’ ଓ ‘ମେରେ ଜୀବନ ସାଥୀ’ ଭଳି ବହୁ ହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ଆଜି ବି ତାଙ୍କର ନିଖୁଣ ଅଭିନୟକୁ ଲୋକେ ଭୁଲିନାହାନ୍ତି । ତାଙ୍କର ଦୁଇ ଝିଅ କାଜଲ ଏବଂ ତନିଶା । ସେମାନେ ମଧ୍ୟ ବଲିଉଡ୍ ରେ ବେଶ୍ ଲୋକପ୍ରିୟ ।
Comments are closed.