Latest Odisha News

ପୁରୁଖା ଆଦିବାସୀ ନେତା ଜର୍ଜ ତିର୍କିଙ୍କର ହେବ ଘର ବାହୁଡା, ଏହି ଦଳରେ ଦେବେ ଯୋଗ

ସୁନ୍ଦରଗଡ଼: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜର୍ଜ ତିର୍କି ଭଳି ପୁରୁଖା ଆଦିବାସୀ ନେତା ତଥା ୪ ଥର ବୀରମିତ୍ରପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏହି ନେତା ଏବେ ବିଜେଡିରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଗୁରୁବାର ଏହି ଆଦିବାସୀ ନେତା ସୂଚନା ଦେଇଛନ୍ତି। ବିଜେଡିରେ ମିଶିଲେ ସେ ବିଜେପିକୁ ଛାଡିଦେଲେ ପ୍ରାୟ ସମସ୍ତ ଦଳର ସଦସ୍ୟ ରହିବେ। ତେବେ ସେ ବିଜେଡିରେ ସାମିଲ ହେବା ଏହା ଘର ବାହୁଡା ହେବ।

ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ହେଉଛି ସୁନ୍ଦରଗଡ଼ ଜିଲ୍ଲା। ଏଠାରେ ଆଦିବାସୀଙ୍କର ଭୋଟ୍ ବ୍ୟାଙ୍କ ରହିଛି। ଅନ୍ତିମ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଏହି ଜିଲ୍ଲରେ ଏତେ ଭଲ ପ୍ରଦର୍ଶନ ନଥିଲା। ଏହାରି ଭିତରେ କିନ୍ତୁ ଦଳ ଆଦିବାସୀ ଭୋଟ୍ ଗୋଟେଇବାକୁ ରଣନୀତି ପ୍ରସ୍ତୁତ କରିଛି।

ସେ କହିଛନ୍ତି, ପ୍ରାୟ ୩ ବର୍ଷ ଧରି ରାଉରକେଲା ଜିଲ୍ଲା କଂଗ୍ରେସର ସେ ସଭାପତି ଥିଲେ। ହେଲେ ଦଳର ସ୍ଥିତି ଏପରି ହୋଇଥିଲା ଯେ ସେ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ। ଏପରି କହି ସେ ଦଳ ବିରୋଧରେ ବିଷେଦଗାର କରିଛନ୍ତି। ତେଣୁ ସେ ବିଜେଡିରେ ସାମିଲ ହେବାକୁ ସ୍ଥିର କରିଥିବା କହିଛନ୍ତି।

ସେ କହିଛନ୍ତି, ବିଜେଡି ଦଳରେ ନେତାଙ୍କ ସହ ଯୋଗାଯୋଗରେ ରହିଛନ୍ତି। ପଦ୍ମପୁର ଉପନିର୍ବାଚନ ଶେଷ ହେବାପରେ ସେ ବିଜେଡିରେ ସାମିଲ ହେବେ। ଯଦି କୌଣସି କାରଣରୁ ସେ ନମିଶନ୍ତି ତେବେ ସେ ସ୍ୱାଧୀନ ଭାବରେ ଆଗାମୀ ଦିନରେ ନିର୍ବାଚନ ଲଢିପାରନ୍ତି ବୋଲି ଇସାରା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜର୍ଜ ତିର୍କି ଓଡ଼ିଶା ଜେଏମମର ଜଣେ ତୁଙ୍ଗ ନେତା ଥିଲେ। ୧୯୯୫ ଓ ୨୦୦୦ରେ ଜେଏମ୍ଏମ୍ ଟିକେଟରେ ବୀରମିତ୍ରପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସେ ଯଥାକ୍ରମେ ସ୍ୱାଧୀନ ପ୍ରାର୍ଥୀ ଓ ସମତାକ୍ରାନ୍ତି ଦଳ ପ୍ରାର୍ଥୀ ଭାବେ ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ୨୦୦୨ରେ ସେ ଜେଏମ୍ଏମ୍ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ ସେ ନିଜ ଦଳ ସମତା କ୍ରାନ୍ତି ଦଳ ଗଠନ କରିଥିଲେ। ଏହାପରେ ୨୦୧୮ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜୁଏଲ ଓରାମଙ୍କଠୁ ହାରିଥିଲେ।

Leave A Reply

Your email address will not be published.