Latest Odisha News

BREAKING NEWS

ଆରପାରିରେ ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଗୀତିକାର ଅନୱର ସାଗର ଆଉ ନାହାନ୍ତି। ବୁଧବାର ଅପରାହ୍ନରେ ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେ ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ। ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଇଣ୍ଡିଆନ୍ ପର୍ଫମିଂ ରାଇଟ୍ ସୋସାଇଟି ଲିମିଟେଡ୍ (ଆଇପିଆରଏସ୍) ଟ୍ୱିଟ୍ କରି ଲେଖିଛନ୍ତି, “ଭେଟେରାନ୍ ଗୀତିକାର ତଥା ଆଇପିଆରଏସ୍ ସଦସ୍ୟ ଅନୱର ସାଗରଙ୍କ ଦେହାନ୍ତ ହୋଇଛି। ଏହି କଷ୍ଟ ସମୟରେ ତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ରହିଛି। ତାଙ୍କ ଆତ୍ମା ​​ସଦଗଦି ପ୍ରାପ୍ତ କରୁ”।

“ଅଶୀ ଓ ନବେ ଦଶକରେ ବଲିଉଡର ଅନେକ ଚଳଚ୍ଚିତ୍ର ପାଇଁ ଅନୱର ଗୀତ ଲେଖିଥିଲେ। ତାଙ୍କର ଉଲ୍ଲେଖନୀୟ ହିଟ୍ ମଧ୍ୟରେ ରହିଛି ୧୯୯୨ ରେ ରିଲିଜ ହୋଇଥିବା ଅବ୍ବାସ-ମୁସ୍ତାନଙ୍କ ନିର୍ଦ୍ଦେଶିତ ଅକ୍ଷୟ କୁମାରଙ୍କ ଅଭିନୀତ “ଖିଲାଡି” ମୁଭିର “ୱାଦା ରାହ ସନମ୍” । ଅଜୟ ଓ ରବିନାଙ୍କ ଅଭିନୀତ ‘ୟେ ଦୁଆ ହେ ମେରି ରବସେ’ ମଧ୍ୟ ସେ ରଚନା କରିଥିଲେ ।

ସେହି ବର୍ଷ ଦିବ୍ୟା ଭାରତୀଙ୍କ ଅଭିନୀତ ସିନେମାର ଟାଇଟଲ୍ ଗୀତ “ଦିଲ୍ କା କାସୁର” ସେ ରଚନା କରିଥିଲେ।

। ସେ ୧୯୯୪ରେ ଅଜୟ ଦେବଗନ୍ ଓ ତବୁ ଅଭିନୀତ “ବିଜୟପଥ” ଏବଂ ମାଧୁରୀ ଦୀକ୍ଷିତ ଏବଂ ରାଜ ବାବରଙ୍କ ଅଭିନୀତ “ୟାରାନା” ପରି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଅନେକ ହିଟ ଗୀତ ଲେଖିଥିଲେ। ଅକ୍ଷୟ କୁମାର ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ହିଟ୍ ସିନେମା “ମେ ଖିଲାଡି ତୁ ଅନାରୀ” ରେ ଅନୱର ସାଗର ପ୍ଲେ ବ୍ୟାକ ଗାୟକ ଭାବରେ ଏକ ଗୀତ ରେକର୍ଡ କରିଥିଲେ ।

Comments are closed.