ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଆନନ୍ଦର ଲୋକପ୍ରିୟ ଗୀତ ‘ଜିନ୍ଦେଗି କେସି ହେ ପହେଲି’ ଲେଖିଥିବା ଭେଟେରାନ ଗୀତିକାର ଯୋଗେଶ ଗୌରଙ୍କ ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସ୍ବର୍ଗତଃ ଗୌରଙ୍କ ବିୟୋଗରେ ଭେଟେରାନ ଗାୟିକା ଲତା ମଙ୍ଗେଶକର ଶୁକ୍ରବାର ଦିନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
୯୦ ବର୍ଷ ବୟସ୍କା ଗାୟିକା ଟ୍ୱିଟରରେ କଳାକାରଙ୍କୁ ସମ୍ମାନ ଜଣାଇ ଉଲ୍ଲେଖ କରିଛନ୍ତି ଯେ ଯୋଗେଶଙ୍କ ଦ୍ଵାରା ଲିଖିତ ଅନେକ ଗୀତ ସେ ଗାଇଛନ୍ତି। ସେଥିମଧ୍ୟରେ ‘ଡଫଲି ୱାଲା ଡଫଲି ବଜା’ ଗୀତ ଅନ୍ୟତମ ଥିଲା।
ଯୋଗେଶ ଗୌର ୧୯ ମାର୍ଚ୍ଚ ୧୯୪୩ ରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୧ ମସିହାରେ ଆନନ୍ଦ ଚଳଚ୍ଚିତ୍ର ପାଇଁ ‘କାହିନ୍ ଦୂର ଜବ୍ ଦିନ ଡଲ୍ ଜାୟେ’ ଗୀତ ଲେଖିଥିଲେ, ଯାହା ତାଙ୍କର ଶ୍ରେଷ୍ଠ କାର୍ଯ୍ୟ ଥିଲା। ଏହା ସହ ୭୦ ଦଶକର ହିନ୍ଦୀ ସିନେମାର ଜଣେ ପ୍ରମୁଖ ଗୀତିକାର ଥିଲେ।
ସ୍ୱର୍ଗତ କଳାକାରଙ୍କ ଅନ୍ୟାନ୍ୟ ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ‘ରିମ୍-ଝିମ୍ ଗିରେ ସାୱନ୍’, ‘କୈ ବାର୍ ୟୁନହି ଦେଖା ହେ’ ଏବଂ ‘ନା ବୋଲେ ତୁମ୍ ନା ମେନେ କୁଛ୍ କାହା’ ଭଳି ଗୀତ ଅନ୍ତର୍ଭୁକ୍ତ।
Comments are closed.