Latest Odisha News

BREAKING NEWS

ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ଦେହାନ୍ତ, ପୈତୃକ ଗ୍ରାମରେ ହେବ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କର  ଭୁବନେଶ୍ୱରରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ବୟସ ହୋଇଥିଲା।

କିଛି ଦିନ ଧରି ସେ ଅସୁସ୍ଥ ଥିବାବେଳେ ଶନିବାର ରାତିରେ ଭୁବନେଶ୍ବରରେ ଥିବା ସିପିଆଇ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭଗବତୀ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସେ ବହୁ ବର୍ଷ ଧରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଦଳର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ।

ଭଦ୍ରକ ଜିଲ୍ଲାର ସେଣ୍ଡଚିତିରା ଗ୍ରାମରେ ଜନ୍ମଗ୍ରହଣ କରିଥିବା  ଦିବାକର ନାୟକ ଛାତ୍ର ଜୀବନରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏପରିକି ସେ ଏଆଇଏସଏଫର ଜଣେ ପ୍ରମୁଖ ନେତା ମଧ୍ଯ ଥିଲେ।

ଦଳୀୟ ପ୍ରକାଶନ ‘ନୂଆ ଦୁନିଆ’ର ପୂର୍ବତନ ସମ୍ପାଦକ ଥିଲେ।ଏପରିକି ସେ ପୂର୍ବତନ AITUC ରାଜ୍ୟ ଉପାଧ୍ୟକ୍ଷ ଏବଂ କମ୍ୟୁନିଷ୍ଟ ଫିଲୋସଫିର ସ୍କଲାର ମଧ୍ୟ ଥିଲେ।

ତାଙ୍କ ବିୟୋଗରେ ସିପିଆଇ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ତେବେ ଭଦ୍ରକ ଜିଲ୍ଲାର ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସଂପନ୍ନ କରାଯିବ।

 

Comments are closed.