Latest Odisha News

BREAKING NEWS

ଡିଡ଼ିସିଏ ସଭାପତି ପଦରୁ ଇସ୍ତଫା ଦେଲେ ରଜତ ଶର୍ମା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଦିଲ୍ଲୀ ଓ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡ଼ିସିଏ)ର ସଭାପତି ପଦରୁ ଶନିବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସଚ୍ଚୋଟତା ତଥା ସ୍ୱଚ୍ଛତା ପରି ଆଦର୍ଶକୁ ସେ କେବେବି ଜଳାଞ୍ଜଳି ଦେଇପାରିବେ ନାହିଁ । ସେ ତାଙ୍କର ନିଜସ୍ୱ ଆଦର୍ଶରୁ ବିଚ୍ୟୁତ ହୋଇ ସଚ୍ଚୋଟତା ବିରୋଧି କାର୍ଯ୍ୟ କରିପାରିବେ ନାହିଁ । ଯାହାକି ତାଙ୍କ ବ୍ୟକ୍ତିଗତ ନିୟମ ବିରୁଦ୍ଧ । ତେଣୁ ସେ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି ।

ପ୍ରଖ୍ୟାତ ସାମ୍ବାଦିକ ରଜତ ଶର୍ମା ଇଣ୍ଡିଆ ଟିଭିର ଚେୟାରମ୍ୟାନ ତଥା ଏଡ଼ିଟର୍-ଇନ-ଚିଫ୍ । ସାମ୍ବାଦିକତା ଲାଗି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ରଜତ ଶର୍ମା ‘ଆପ କି ଅଦାଲତ’ ଟିଭି ଶୋ’ ମାଧ୍ୟମରେ ସାରା ଭାରତରେ ସୁଖ୍ୟାତି ଅର୍ଜନ କରିପାରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ରଜତ ଶର୍ମା ଡିଡ଼ିସିଏର ସଭାପତି ପଦବୀରେ ନିର୍ବାଚିତ ହେବା ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଡିଡ଼ିସିଏର ସଭାପତି ରହିଥିଲେ । ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଜୁଲାଇ ୨୦୧୮ରେ ସଭାପତି ପଦବୀ ଲାଗି ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.