Latest Odisha News

BREAKING NEWS

ଆଉ ନିର୍ବାଚନ ଲଢିବେନି ଦାମ !

ଭୁବନେଶ୍ୱର: ଦଳଠାରୁ ଏବେ ପ୍ରାୟ ଅଲୋଡ଼ା ହୋଇପଡ଼ିଥିବା ବରିÂ ନେତା ଦାମୋଦର ରାଉତ ଗୁରୁବାର ଦିନ ଗଣମାଧ୍ୟମରେ ପ୍ରକାଶ କରି କହିଛନ୍ତି, ତାଙ୍କର ନିର୍ବାଚନ ଲଢିବାର ସମ୍ଭାବନା ଆଉ ନାହିଁ ।

ଗଣମାଧ୍ୟମକୁ ସୂଚନାଦେଇ ଏହି ବରିÂ ବିଜେପି ନେତା କହିଛନ୍ତି, ନିର୍ବାଚନ ପୂର୍ବର ସମୟ ଏବଂ ପରବର୍ତ୍ତୀ ସମୟରେ ଆକାଶ ପାତାଳ ଫରକ ରହିଛି ।

“ଯେଉଁ ବିଜେପି ନେତାମାନେ ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ଯୋଗଦାନ ଲାଗି ଡ଼ାକିଥିଲେ ନିର୍ବାଚନ ସରିଗଲା ପରେ ଏବେ ସେମାନଙ୍କର ଆଉ ଦେଖାନାହିଁ,” ବୋଲି ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଦାମ ।

ସେ ଗଣମାଧ୍ୟମରୁ ହିଁ ବିଜେପୁର ଉପ-ନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଗତ ବିଧାନସଭା ନିର୍ବାଚନ ଲାଗି ତାଙ୍କୁ ଦଳ ପକ୍ଷରୁ ଷ୍ଟାର୍ କ୍ୟାମ୍ପେନିଂ ଲାଗି ବଛା ଯାଇଥିଲେ ମଧ୍ୟ ଏହି ଉପ ନିର୍ବାଚନରେ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ଦାମ ବିଜେପି ଉପରେ ବିଷୋଦଗାର କରି କହିଛନ୍ତି ।

Leave A Reply

Your email address will not be published.