Latest Odisha News

BREAKING NEWS

ଆରପାରିରେ ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାର

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ କୁଳଦୀପ ନାୟାର ୯୫ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସେ ଏକାଧାରାରେ ଥିଲେ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ, ଉଚ୍ଚକୋଟିର ସ୍ତମ୍ଭକାର ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ମଧ୍ୟ ।

ନୂୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କର ଦେହାନ୍ତରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନ ୧ଟାବେଳେ ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବା ନେଇ ସୂଚନା ରହିଛି ।

ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ପଞ୍ଜାବର ସିଆଲକୋଟ ରେ ଜନ୍ମିତ ନାୟାର, ଏଭଳି ଜଣେ ବ୍ୟକ୍ତିଥିଲେ ଯିଏ ପ୍ରଥମ ସାମ୍ବାଦିକ ଭାବେ ୧୯୭୫-୭୭ରେ ହୋଇଥିବା ଜରୁରୀ ପରିସ୍ଥିତି ସମୟରେ ଜେଲ ଯାଇଥିବା ସାମ୍ବାଦିକ ମାନଙ୍କ ମଧ୍ୟରେ ସେ ରହିଥିଲେ ।

ଏପରିକି ୧୯୯୦ରେ ସେ ବ୍ରିଟେନରେ ଭାରତର ହାଇକମିସନର ଭାବେ କାର୍ଯ୍ୟ କରିବା ସହିତ ୧୯୯୭ରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.