Latest Odisha News

BREAKING NEWS

ପାରାଦୀପ: ତୃତୀୟ ଦିନରେ ପହଞ୍ଚିଲା ଲୋଡ଼ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରାଦୀପ : ପାରାଦୀପ ବନ୍ଦରରେ ଲୋଡ଼ର ଅପରେଟର ଓ ହେଲପରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆଜି ତିନିଦିନରେ ପହଞ୍ଚିଲା । ଏହି ଆନ୍ଦୋଳନ ଫଳରେ ପାରାଦୀପ ବନ୍ଦରର ପଣ୍ୟ କାରବାର କେତେକାଂଶରେ ବାଧାପ୍ରାପ୍ତ ହୋଇଛି ।

ଏହି ଆନ୍ଦୋଳନ ଜାରି ରହିଥିବା ଯୋଗୁଁ ଷ୍ଟିଭେଡ଼ୋରିଂ କମ୍ପାନୀ ପ୍ରାୟ ୬ଶହରୁ ଅଧିକ ଶ୍ରମିକ ମାନଙ୍କୁ ବନ୍ଦର ନିଷିଧାଞ୍ଚଳ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି । ତେଣୁ ଶ୍ରମିକମାନେ ବନ୍ଦର ତିନି ନମ୍ବର ଫାଟକ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି ।

ତେବେ ଏପରି ଆନ୍ଦୋଳନ ଚାଲୁ ରହିଲେ ବନ୍ଦର ପ୍ରଶାସକ, ଠିକାଶ୍ରମିକ ଓ ଷ୍ଟିଭେଡ଼ୋରିଂ କମ୍ପାନୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏଠାରେ ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଷ୍ଟିଭେଡୋର କମ୍ପାନୀ ଓ ଅପରେଟରଙ୍କ ମଧ୍ୟ ରେ ହୋଇଥିବା ଚୁକ୍ତି, ପୁରୁଣା ଲୋଡର ହେଲପରଙ୍କୁ ଅପରେଟର ନିଯୁକ୍ତିରେ ଅଗ୍ରାଧିକାର ଓ ଦରମା ବୃଦ୍ଧି କୁ ଓଏସଏଲ ଷ୍ଟିଭେଡୋର କମ୍ପାନୀ ଖିଲାପ କରି ନୂଆ ପିଲାଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଯାହାକୁ ବିରୋଧ କରି ମଙ୍ଗଳବାର ଓଏସଏଲ କର୍ମଚାରୀ ଆନ୍ଦୋଳନ କରିଥିଲେ ।

ମାତ୍ର କମ୍ପାନୀ ଏହାର ସମାଧାନ କରିବା ପରିବର୍ତ୍ତେ ୫ ଜଣ ଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଯାହାକୁ ନେଇ ପାରାଦୀପ ବନ୍ଦରରେ କାର୍ଯ୍ୟରତ ସମସ୍ତ ଲୋଡର ଅପରେଟର ଓ ହେଲପରଙ୍କ ପକ୍ଷରୁ ମଙ୍ଗଳବାର ସଂଧ୍ୟା ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଉଛି ।

ଫଳରେ ପାରାଦୀପ ବନ୍ଦରରେ ଅଚଳାବସ୍ଥା ଦେଖାଦେବା ସହିତ ଦିର୍ଘ ଉଣେଇଶ ଘଣ୍ଟା ରୁ ଊର୍ଦ୍ଧ୍ବ ସମୟ ହେଲା ବନ୍ଦରରେ ପଣ୍ୟ ପରିବହନ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି ।

Leave A Reply

Your email address will not be published.