Latest Odisha News

BREAKING NEWS

Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ: ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି,ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ହୃଦଘାତର ଗୁଜବ ମଧ୍ୟରେ ତାଙ୍କ ନାତୁଣୀ ଜାନାଇ ସୂଚନା ଦେଇଛନ୍ତି ଯେ, ଛାତି ସଂକ୍ରମଣ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ନାତୁଣୀ ଜାନାଇ ଭୋସଲେ Xରେ ଏକ ପୋଷ୍ଟରେ କହିଛନ୍ତି, “ମୋ ଜେଜେମାଆ, ଆଶା ଭୋସଲେ ଅତ୍ୟଧିକ ଥକାପଣ ଏବଂ ଛାତି ସଂକ୍ରମଣ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଆମେ ଆପଣଙ୍କୁ ଆମର ଗୋପନୀୟତାକୁ ମୂଲ୍ୟ ଦେବାକୁ ଅନୁରୋଧ କରୁଛୁ । ଚିକିତ୍ସା ଚାଲିଛି ଏବଂ ଆଶା କରୁଛି ସବୁକିଛି ଠିକ୍ ହୋଇଯିବ ଏବଂ ଆମେ ଆପଣଙ୍କୁ ଶୀଘ୍ର ଅପଡେଟ୍ କରିବୁ ।”

 

 

View this post on Instagram

 

A post shared by Zanai Bhosle💜 (@zanaibhosle)


୮ ସେପ୍ଟେମ୍ବର ୧୯୩୩ରେ ଜନ୍ମଗ୍ରହଣ କରିଥିବା ଆଶା ଭୋଁସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରାଜ୍ଞୀ ମାନଙ୍କ ମଧ୍ୟରୁ ଜଣେ । ସେ ସାତ ଦଶନ୍ଧିରୁ ଅଧିକ ସମୟ ଧରି ସଙ୍ଗୀତ ସହିତ ଜଡ଼ିତ ଅଛନ୍ତି । ଭାରତର ନାଇଟ ଏଞ୍ଜେଲ ଲତା ମଙ୍ଗେସକରଙ୍କ ସାନ ଭଉଣୀ ହେବା ସତ୍ତ୍ୱେ, ଆଶା ଭୋଁସଲେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ । ସେ ଶାସ୍ତ୍ରୀୟ ସଙ୍ଗୀତଠାରୁ ଆରମ୍ଭ କରି ପପ୍, ଗଜଲ ଏବଂ ଲୋକଗୀତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଙ୍ଗୀତ ସହଜରେ ଗାଇଥିଲେ । ସେ ହିନ୍ଦୀ ସିନେମା ଏବଂ ଅନେକ ଆଞ୍ଚଳିକ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ।

୯୨ ବର୍ଷୀୟା ଆଶାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ଖବର ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

Leave A Reply

Your email address will not be published.