Latest Odisha News

BREAKING NEWS

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ଚେନ୍ନାଇ: କରୋନାରେ ଚାଲିଗଲେ ତାମିଲର ଖ୍ୟାତନାମା କଳାକାର ଜୋକର ଥୁଲାସି। କରୋନାରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭେଟେରାନ ଅଭିନେତା ଜୋକର ଥୁଲାସିଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

୧୯୭୬ରେ ତାମିଲ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ। ଆଉ ତାପରେ କେବେ ପଛକୁ ଫେରି ଚାହିଁ ନଥିଲେ।ସେ ଅନେକ ତାମିଲ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ପ୍ରଦର୍ଶନ କରିଛନ୍ତି। କେବଳ ଚଳଚ୍ଚିତ୍ର ନୁହେଁ, ଜୋକର ଥୁଲାସୀ ଟେଲି ସୋରେ ମଧ୍ୟ କାମ କରିଛନ୍ତି। ତାଙ୍କର ସହ-ତାରକା ଏବଂ ବନ୍ଧୁମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.