ବୌଦ୍ଧ : ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ପଶୁ ସହାୟକ କେନ୍ଦ୍ର। ପଶୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲାର ପ୍ରାଣୀ ଚିକିତ୍ସାକେନ୍ଦ୍ର ପାଲଟିଛି ସାହାଭରସା । ଏହି ଦୃଶ୍ୟଟି ହେଉଛି ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର। ଏଠାରେ ବସବାସ କରୁଥିବା ଜନସାଧାରଣଙ୍କ ମୁଖ୍ୟ ବୃତ୍ତି ହେଉଛି ଚାଷ ଓ ପଶୁପାଳନ । ସମସ୍ତେ ଛେଳି, ମେଣ୍ଢା ଓ ଗାଈ, ଗୋରୁ ପଶୁପାଳନ କରିଥାନ୍ତି । କିନ୍ତୁ ଏହି ପଞ୍ଚାୟତରେ ଥିବା ପଶୁ ସହାୟକ କେନ୍ଦ୍ରରେ ଡାକ୍ତର ଅଛନ୍ତି ନାଁ ଅନ୍ୟ କୌଣସି କର୍ମଚାରୀ । ପଶୁ ସହାୟକ କେନ୍ଦ୍ର ଫାଟକରେ ଝୁଲୁଛି ତାଲା ।
ତେଣୁ ସ୍ଥାନୀୟବାସିନ୍ଦା ନୟାଗଡ଼ ଜିଲ୍ଲାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ନିଜର ଗୃହପାଳିତ ପଶୁଙ୍କୁ ଘରୋଇ ଚିକତ୍ସକ ପାଖରେ ଚିକିତ୍ସା କରୁଛନ୍ତି । ତେବେ ସରକାର ତିଆରି କରିଥିବା ପଶୁ ସହାୟକ କେନ୍ଦ୍ର କାହା ଉଦ୍ଦେଶ୍ୟରେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବୌଦ୍ଧ ପ୍ରଶାସନ ଏହି ଉପାନ୍ତ ଅଞ୍ଚଳକୁ କେବେ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Comments are closed.