Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁ ଚିକିତ୍ସକ

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସୁବଳୟାର ଭେଟେରିନାରୀ ସର୍ଜନ ପ୍ରିୟବ୍ରତ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ବଡଖମାର ଗ୍ରାମର ଲକ୍ଷ୍ମଣ ମୋହନକୁଡାଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଚିକିତ୍ସକଙ୍କୁ ଗିରଫ କରିଥିଲେ ।

ଅଭିଯୋଗକାରୀଙ୍କ କହିବାନୁସାରେ, ‘ମୋ ଗୁହାଳ ସ୍କିମ୍‌’ ଲାଗି ଯୋଗ୍ୟ ସାର୍ଟିଫିକେଟ୍ ପାଇଁ ତାଙ୍କୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲକ୍ଷ୍ମଣ ଭିଜିଲାନ୍ସକୁ ଜଣାଇଥିଲେ । ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ସମ୍ବଲପୁର ଡିଭିଜନ୍ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ ।

ତେବେ ଏହି ଘଟଣାରେ ଶ୍ରୀ ବେହେରାଙ୍କ ଅଫିସ୍ ଚାମ୍ବର ଓ ଭଡାଘରେ ଛାନଭିନ୍ କରାଯାଉଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.