Latest Odisha News

BREAKING NEWS

କର୍ତ୍ତବ୍ୟନିଷ୍ଠତା ପାଇଁ ପ୍ରଶଂସିତ ହେଲେ ହାବିଲଦାର

କଟକ: କଟକର ଟାଉନ୍ ଟ୍ରାଫିକ୍ ଆରକ୍ଷୀ ଥାନାର ହାବିଲଦାର ଲଳିତ୍ ମୋହନ ରାଉତଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର।

ସୂଚନା ଅନୁଯାୟୀ, ଗତ ୧୭ ତାରିଖ ଦିନ ଶିଖରପୁର ଟ୍ରାଫିକ୍ ଛକରେ କାର୍ଯ୍ୟରତ ଥିବା ସମ୍ପୃକ୍ତ ଅଧିକାରୀ ଜଣକ ରାସ୍ତା ଉପରେ ବଜୁରୀ ଓ ଚିପ୍ସ ଖେଳାଇ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ପରେ ସେ କାଳବିଳମ୍ବ ନ କରି ନିଜେ ଉକ୍ତ ସ୍ଥାନରୁ ବଜୁରୀ ଓ ଚିପ୍ସକୁ ସଫା କରିଦେଇଥିଲେ ।

ଫଳରେ ସମ୍ଭାବ୍ୟ ଦୁର୍ଘଟଣା ଆଶଙ୍କାକୁ ଏଡାଇବା ସହ ତାଙ୍କ କାର୍ଯ୍ୟ ଯୋଗୁଁ ଯାନବାହାନ ଚଳାଚଳ ନିରାପଦ ଓ ସୁଗମ ହୋଇ ପାରିଥିଲା ।

ତାଙ୍କର ଏତାଦୃଶ୍ୟ କାର୍ଯ୍ୟ ତାଙ୍କୁ ଓ ପୋଲିସ ବିଭାଗକୁ ଗୌରବାନ୍ୱିତ କରିଥିବା ଦର୍ଶାଇ କମିଶନରେଟ୍ ପୋଲିସ ପକ୍ଷରୁ ଲଳିତ୍ ଙ୍କୁ ପ୍ରଶଂସା କରାଯିବା ସହ ୧ ହଜାର ଟଙ୍କା ଆର୍ଥୀକ ପ୍ରେତ୍ସାହନ ରାଶି ପ୍ରଦାନ କରାଯାଇଛି । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.