Latest Odisha News

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାଘଟଣା: ‘ଅଜଣା ବ୍ୟକ୍ତିଙ୍କ ସହ କଥାନହେବା’କୁ ଟ୍ୱିନସିଟି ପୋଲିସର ପରାମର୍ଶ

ଭୁବନେଶ୍ୱର: ତେଲେଙ୍ଗାନାରେ ଜଣେ ୨୭ ବର୍ଷୀୟ ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଉଦବେଗ୍ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ରବିବାର ଦିନ ଟ୍ୱିନସିଟି କମିଶନରେଟ୍ ପୋଲିସ ପକ୍ଷରୁ ଏକ ଆଡଭାଇଜାରୀ ଜାରି କରାଯାଇଛି ।

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

 

ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ନକରିବା ଏବଂ ସେମାନଙ୍କୁ ବିଶ୍ୱାସ ନକରିବା ପାଇଁ ଉକ୍ତ ଟ୍ୱିଟରେ ଉଲ୍ଲେଖ କରାଯାଇଛି । ଆହୁରି ମଧ୍ୟ ପୋଲିସର ହେଲ୍ପ ଲାଇନ୍ ନଂ ୧୦୦କୁ ଡାଏଲ୍ କରନ୍ତୁ ଓ ପିସିଆର୍ ଭ୍ୟାନ୍ ନପହଞ୍ଚିବା ଯାଏଁ ଜନଗହଳିପୂର୍ଣ୍ଣ ସ୍ଥାନରେ ରୁହନ୍ତୁ ।

ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳା ଡାକ୍ତରାଣୀଙ୍କ ମୃତଦେହ ହାଇଦ୍ରାବାଦ ନିକଟସ୍ଥ ଏକ ସ୍ଥାନରୁ ଗତ ଗୁରୁବାର ଦିନ ଉଦ୍ଧାର କରାଯାଇଥିଲା । ପୋଲିସର ସୂଚନାନୁଯାୟୀ ଗତ ବୁଧବାର ଦିନ ପ୍ରାୟ ୪ ଜଣ ଯୁବକ ସମ୍ପୃକ୍ତ ଡାକ୍ତରାଣୀଙ୍କ ଦୁଷ୍କର୍ମ କରିବା ପରେ ସ୍ଥାନୀୟ ଚେଟନପଲ୍ଲୀ ନିକଟରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ଏଫଆଇଆର୍ ରିପୋର୍ଟ ଦାଏର କରିବାରେ ଖିଲାପ କରିଥିବା ଅଭିଯୋଗରେ ୩ ପୋଲିସ୍ ଅଧିକାରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

Leave A Reply

Your email address will not be published.