Latest Odisha News

BREAKING NEWS

ନୟାଗଡରେ ଓଲଟି ପଡିଲା ବସ୍, ୮ ଯାତ୍ରୀ ଗୁରୁତର

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ହେବା ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ‘ଫ୍ରେଣ୍ଡସ୍’ ନାମକ ଏକ ଯାତ୍ରାବାହୀ ବସଟି ଗତକାଲି ଭୁବନେଶ୍ୱରରୁ ଫୁଲବାଣୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ପଞ୍ଚୁପାଣ୍ଡବ ନିକଟରେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିବା ସହ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ବସରେ ଥିବା ଅନ୍ୟଯାତ୍ରୀମାନେ ସୁରକ୍ଷିତ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.