Latest Odisha News

BREAKING NEWS

ବିରୋଧୀ ଦଳଙ୍କ ଭର୍ଚୁଆଲ ବୈଠକକୁ ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତିଙ୍କ ନାଁ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ଭର୍ଚୁଆଲ ସଂସଦୀୟ କମିଟି ବୈଠକକୁ ଶୁକ୍ରବାର ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ମନା କରି ଦେଇଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କୁ ସମର୍ଥନ କରୁଥିବା ଦଳକୁ ନେଇ ଏହାକୁ ଆୟୋଜନ କରିବା ପାଇଁ ବିରୋଧୀମାନେ ଦାବୀ କରିଥିଲେ ମଧ୍ୟ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡିଛି ।

କରୋନା ମହାମାରୀ ସଂକ୍ରମଣ ସମୟରେ ଏହି ବୈଠକ ପାଇଁ ଅନୁମତି ଦେବା ସମ୍ଭବପର ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ବିରୋଧୀ ଦଳଗୁଡିକ ଏହି ନିଷ୍ପତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଫିଜିକାଲ ବୈଠକ ଅୟୋଜିତ ହୋଇପାରିବ, ଅନ୍ୟଥା ନିୟମରେ ସଂଶୋଧନ କରିବାକୁ ପଡିବ ବୋଲି ରାଜ୍ୟସଭା ସେକ୍ରେଟାରୀଙ୍କୁ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ।

Leave A Reply

Your email address will not be published.