Latest Odisha News

BREAKING NEWS

କେରଳରେ ମେ’ ୨୩ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

କେରଳ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ବଢ଼ିଲା ଲକଡାଉନ୍ । ମେ ୮ ତାରିଖରୁ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ମେ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଏନେଇ ଘୋଷଣା କରିଛନ୍ତି ।

ସେହିପରି ୪ ଜିଲ୍ଲା ଥିରୁଅନନ୍ତପୁରମ୍‌, ଏର୍ଣ୍ଣାକୁଲମ୍‌, ତ୍ରିଶୁର ଏବଂ ମାଲାପୁରମରେ ଟ୍ରପିଲ୍‌ ଲକାଡାଉନ୍‌ ଲାଗୁହେବ । ଏହି ୪ ଜିଲ୍ଲାରେ ଟ୍ରିପଲ ଳକଡାଉନ ଲାଗିବା ପରେ ଯାହାସବୁ କୋହଳ କରାଯାଇଥିଲା, ସେ ସବୁକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୪ ହଜାର ୬୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

Leave A Reply

Your email address will not be published.