ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ରାଜଭବନ ଅଭିମୁଖେ ଯାଇଛନ୍ତି ଉପରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ଉପରାଷ୍ଟ୍ରପତି ଆଜି ଅପରାହ୍ମରେ କଟକ ଶାରଳା ଦାସଙ୍କ ଜୟନ୍ତୀରେ ଯୋଗ ଦେବେ ।

ଶାରଳା ସାହିତ୍ୟ ସଂସଦର ୪୦ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
BREAKING NEWS
- ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !
- ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
- Madhuri Dixit In Odisha handloom: ଓଡ଼ିଆ ଶାଢ଼ୀରେ ମାଧୁରୀଙ୍କ ଗ୍ରେସ, କହିଲେ,”ପ୍ରେମ ଏବଂ ଧର୍ଯ୍ୟରେ ବୁଣାଯାଇଥିବା କାହାଣୀ”
- Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ
- Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍
- Rain and Thunderstorms: ୮ ଯାଏଁ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…
- India Skill Competition 2026: ‘ଇଣ୍ଡିଆ ସ୍କିଲ୍ସ’ରେ ଟିମ୍ ଓଡ଼ିଶାର ଦମଦାର ପ୍ରଦର୍ଶନ, ହାତେଇଲା ୧୫ ସ୍ଵର୍ଣ୍ଣ ସହ ୫୭ ପଦକ
- Iran rejects US proposal: ଆହୁରି ଭୟଙ୍କର ହେବ ଯୁଦ୍ଧ! ନା ଅସ୍ତ୍ରବିରତି ନା ଆଲୋଚନା…ରାଜି ହେଲାନି ଇରାନ…
- US Fighter Jet Downed Over Iran: ଇରାନରେ ମାଟି କାମୁଡ଼ିଲା ଆମେରିକା ଲଢ଼ୁଆ ବିମାନ, ମିଳିଲେ ପାଇଲଟ୍…
Comments are closed.