ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ରାଜଭବନ ଅଭିମୁଖେ ଯାଇଛନ୍ତି ଉପରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା ଉପରାଷ୍ଟ୍ରପତି ଆଜି ଅପରାହ୍ମରେ କଟକ ଶାରଳା ଦାସଙ୍କ ଜୟନ୍ତୀରେ ଯୋଗ ଦେବେ ।

ଶାରଳା ସାହିତ୍ୟ ସଂସଦର ୪୦ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ ହେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
BREAKING NEWS
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
Comments are closed.